Masthead

୨୦ ଆଉ ଏକ ଲଘୁଚାପ !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଯାହା ଫଳରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିରହିଛି । ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସକାଳ ସାଢ଼େ ୮ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨ ଜିଲ୍ଲା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବ ଆଜି ସାଢେ ୮ଟାରୁ ଆସନ୍ତାକାଲି ସାଢେ ୮ଟା ପର୍ଯ୍ୟନ୍ତ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ସେପଟେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି । ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି । ୧୯ ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆହୁରି ବଡ଼ ଅଧିକ  ବର୍ଷା ଅଜାଡ଼ିବ । ଆଗାମୀ ଲଘୁଚାପ ବର୍ଷା ପ୍ରଭାବରେ ମହାନଦୀ  ଫୁଲିବା ସହ ଉପକୂଳ ଓଡ଼ିଶା ପାଇଁ ବନ୍ୟା ସ୍ଥିତି ଆଣିପାରେ ।

ଭୟାବହ ପରିସ୍ଥିତି  ଉତ୍ତର ଓଡ଼ିଶାରେ । ଦିନକର ବର୍ଷାରେ  ମୟୂରଭଞ୍ଜରେ ମାଡ଼ି ଆସିଛି ବନ୍ୟା ।  ବାରିପଦା ସହର ଉବୁଟୁବୁ । ଜିଲ୍ଲାର  ୨୨ ବ୍ଲକରେ ପାଣି ମାଡ଼ିଯାଇଛି ।  ବାଲେଶ୍ୱର ବି ଜଳାର୍ଣ୍ଣବ ।  ରାଉରକେଲା ସହରର ପଶିଯାଇଛି  ପାଣି । କେନ୍ଦୁଝର ଆନନ୍ଦପୁରର ଅନେକ  ଅଞ୍ଚଳ ଜଳବନ୍ଦୀ । ଜାତୀୟ ରାଜପଥ  ଉପରେ ପାଣି ଚାଲିଛି । ବୈତରଣୀ, ବୁଢ଼ାବଳଙ୍ଗ, ଜଳକା,  ସୁବର୍ଣ୍ଣରେଖା, ସାଳନ୍ଦୀ ଉଛୁଳିଛି ।

ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ । ଜଳସ୍ତର ୩୯.୨୭  ମିଟର ଛୁଇଁଛି । ଆଖୁଆପଦାରେ  ୧୭.୫୪ ମିଟରରେ ପ୍ରବାହିତ ହେଉଛି  ପାଣି । ରାତି ସୁଦ୍ଧା ଏଠାରେ ବି ବିପଦ  ସଙ୍କେତ ପାର୍‌ କରିଯାଇପାରେ ।  ଏନଏଚ-୫ ଗୋବିନ୍ଦପୁରଠାରେ  ବୁଢ଼ାବଳଙ୍ଗ ୭.୬୦ ମିଟରରେ ପ୍ରବାହିତ  ହେଉଛି । ରାତିରେ ବିପଦ ସଙ୍କେତ  ଟପିପାରେ । ଜଳକା ବି ଫୁଲିବା ସହ  ବିପଦ ସଙ୍କେତ ଉପରେ ପ୍ରବାହିତ  ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍