Masthead

‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ। ବାରିପଦା ଠାରୁ ୧୯୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ମୁହାଁ ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି।  ସେପଟେ ଚଳିତ ଲଘୁଚାପର ପ୍ରଭାବ ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ।

ଆମକୁ ବିଶେଷକରି ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ । ବ୍ରାହ୍ମଣୀ ନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ । ବୈତରଣୀ ନଦୀରେ ପାଣି ବଢ଼ିବ, ମାତ୍ର ବନ୍ୟା ହେବନି । ବୁଢ଼ାବଳଙ୍ଗରେ ଜଳସ୍ତର ବଢ଼ୁଛି । ସତର୍କ ସଂକେତ ଛୁଇଁପାରେ । ମହାନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ ।  ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରି ନାହିଁ। ବନ୍ୟା ସ୍ଥିତି ଯଦିଓ ଦେଖାଯିବ ନାହିଁ ତଥାପି ଜଳବନ୍ଦୀ ସମସ୍ୟା ଲାଗି ରହିବ। ତିହିଡ଼ି, ଚାନ୍ଦବାଲି, ବାଲେଶ୍ଵର ସଦର, ବସ୍ତା, ଦଶରଥପୁରରେ ଜଳବନ୍ଦୀ ସ୍ଥିତି ଲାଗି ରହିବ। ଲଘୁଚାପ ବର୍ଷା ପାଇଁ ଏଭଳି ସ୍ଥିତି ଉପୁଯିବ।

୧୭ଟି ସ୍ଥାନରେ ୧୦୦ ମିମି ରୁ ଅଧିକ ବର୍ଷା ହୋଇଛି। ବୁଢାବଳଙ୍ଗରେ ବଡ଼ ବନ୍ୟା ନାହିଁ। ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ, ମହାନଦୀରେ ସେମିତି ବନ୍ୟା ସ୍ଥିତି ନାହିଁ। ହୀରାକୁଦ ୬୧୪ ଫୁଟ ଲେବେଲକୁ ଖସି ଆସିଛି। ସକାଳେ ୪ ଟି ଗେଟ ବନ୍ଦ କରାଯାଇଛି। ୨ ଟି ଗେଟ ଖୋଲା ରହିଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ