Masthead

୨୦ ଫୁଟ ଓସାରର ଘାଇ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ହଂସୁଆ ନଦୀରେ ୨୦ ଫୁଟ୍ ଓସାରର ଘାଇ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ଅଣଖିଆ ନିକଟରେ ହଂସୁଆ ନଦୀରେ ଗତ କାଲି ରାତିରେ ପୁନର୍ବାର ୨୦ଫୁଟ ଓସାରର ଘାଇ ହେବା ଫଳରେ ନିକଟସ୍ଥ ୫ ଟି ପଞ୍ଚାୟତର ୧୦ ଟିରୁ ଉର୍ଦ୍ଧ ଗାଁର ରେ ପାଣି ପଶିବା ସହ ୫୦୦ ହେକ୍ଟରରୁ ଉର୍ଦ୍ଧ ଚାଷ ଜମି ଜଳମଗ୍ନ ହୋଇଛି । ଗତ ଦୁଇ ଦିନ ତଳେ ଏହି ଠାରେ ୪ ଟି ସ୍ଥାନରେ ଘାଇ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନେ ଏହାକୁ ବାଲି ବସ୍ତା ପକାଇ ବନ୍ଦ କରିଥିଲେ ।

ତେବେ ଗତକାଲି ରାତିରେ ପୁଣି ଆଉ ଏକ ୨୦ ଫୁଟ ଓସାରର ଆଉ ଏକ ଘାଇ ସୃଷ୍ଟି ହୋଇଛି । ହଂସୁଆ ନଦୀ ଦେଇ କଟକ ଓ ଜଗତସିଂହପୁର ଜିଲ୍ଲାର ଉଦବୃତ ବର୍ଷା ଜଳ ସମୁଦ୍ର କୁ ନିଷ୍କାସନ ହୋଇ ଥାଏ । ତେବେ ଗତ ପାଞ୍ଚ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଜଗତସିଂହପୁର ଜିଲାର ବ୍ୟାପକ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଥିବା ବେଳେ କେତେକ ମାଛ ମାଫିଆ ବିଭିନ୍ନ ସ୍ଥାନରେ ଥିବା ସ୍କୁଇସ ଗେଟକୁ ବନ୍ଦ ରଖି ମାଛ ଧରୁ ଥିବା ଯୋଗୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରିବା ଫଳରେ ହଂସୁଆ ନଦୀର ବନ୍ଧ ଭାଙ୍ଗୁଥିବାର ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ