Masthead

ମଝି ନଈରେ ଓଲଟିଲା ଡଙ୍ଗା, ୨୧ ମୃତ

କେରଳ(ବଡ଼ ଖବର ବ୍ୟୁରୋ): କେରଳରେ ବଡ଼ ଧରଣର ଅଘଟଣ । ଅନ୍ଧାର ରାତିରେ ମଝି ନଈରେ ଓଲଟିଲା ଡଙ୍ଗା । ୨୧ ମୃତ, ୭ ଗୁରୁତର । ଅଘଟଣ ବେଲେ ଡଙ୍ଗାରେ ଥିଲେ ୪୦ ଜଣ ଯାତ୍ରୀ । ଗତକାଲି ରାତିରେ କେରଳର ମଲପ୍ପୁରମ୍ ଜିଲ୍ଲା ତାନୁରରେ ଏହି ଦୁର୍ଘଟଣା ଘଟିଛି । ୪୦ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏକ ସ୍କୁଲ୍‌ର ଖରା ଛୁଟି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବୋଟରେ ପିକ୍‌ନିକ୍‌ ଚାଲିଥିଲା। ଡଙ୍ଗାରେ ପ୍ରାୟ ୪୦ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଥିଲେ। ହଠାତ୍‌ ଡଙ୍ଗାଟି ତାନୁରରେ ଓଲଟି ପଡ଼ିଥିଲା। ଫଳରେ ୨୧ ଜଣଙ୍କ ଜୀବନ ଚାଲି ଯାଇଛି। ଡଙ୍ଗାରେ ଅଧିକ ଲୋକ ଯାତ୍ରା କରୁଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି, ସେହି ସ୍ଥାନରୁ ସମୁଦ୍ର ମାତ୍ର ଅଳ୍ପ ଦୂର। ତାନୁର ଜିଲ୍ଲା ନିକଟ ଓଟ୍ଟିପୁରମ୍‌ ଦେଇ ଯାଇଥିବା ନଦୀରେ ଏହି ବଡ଼ ଅଘଟଣ ଘଟିଛି।

ଘଟଣାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଦୁଃଖ ପ୍ରକାଶ କରିଛନ୍ତି। ପିନାରାୟୀ ବିଜୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ