Masthead

୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର

ମାଓ ମୁକ୍ତ ହେଲା ବସ୍ତର । ଦୀର୍ଘ ୪୦ ବର୍ଷ ପରେ ନକ୍ସଲ ମୁକ୍ତ ହୋଇଛି ଛତିଶଗଡ଼ର ବସ୍ତର ଜିଲ୍ଲା । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକାରୁ ବାଦ୍ ଦେଇଛି ଗୃହମନ୍ତ୍ର୍ରାଳୟ । ଏବେ ଦେଶରେ କେବଳ ୧୮ଟି ଜିଲ୍ଲାରେ ମାଓ ଗତିବିଧି ରହିଛି । ତାଲିକାରେ ରହିଛି ଛତିଶଗଡ଼ର ୬ଟି ଜିଲ୍ଲା । କିନ୍ତୁ ବସ୍ତର ଓ କୋଣ୍ଡା ଗାଁ ଏହି ତାଲିକାରୁ ବାଦ୍ ପଡିଛି । ୮୦ ଦଶକରୁ ମାଓ ଗଡ଼ ଭାବେ ପରିଚିତ ଥିଲା ଏହି ଅଞ୍ଚଳ ।

ନକ୍ସଲକୁ ନିପାତ କରିବାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ । ଗତ ସପ୍ତାହରେ ଅବୁଝମାଡ୍ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଥିଲେ ୨୭ ମାଓବାଦୀ । ଏନକାଉଣ୍ଟରରେ ଦୁ୍ର୍ଦ୍ଧାନ୍ତ ମାଓନେତା ତଥା ସେଣ୍ଟ୍ରାଲ କମିଟିର ମୁଖ୍ୟ ତଥା ବାସବରାଜୁର ବି ମୃତ୍ୟୁ ହୋଇଥିଲା । ୧୦ ବର୍ଷରେ ୮ ହଜାରରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଫଳରେ ପ୍ରାୟ ୪ ଦଶନ୍ଧି ପରେ କେନ୍ଦ୍ର ସରକାର ବସ୍ତରକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ତାଲିକାରୁ ବାଦ୍ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ