Masthead

୨୪ଘଣ୍ଟିଆ ମୟୁରଭଂଜ ବନ୍ଦ

ବାରିପଦା (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଦଳ ପକ୍ଷରୁ ୧୫ଦଫା ଦାବି ପୂରଣ ନେଇ ଆଜି ୨ ୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସେଥୁପାଇଁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଗତକାଲି ଜନସାଧାରଣଙ୍କୁ ନିବେଦନ କରାଯାଇ ଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର,ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ୍ ଥିବାବେଳେ,ଜାତୀୟ ରାଜପଥ ୧୮ ଓ ୪୯ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଜାତୀୟ ରାଜପଥ ଉପରେ ଗାଡ଼ି ଚଳା ଚଳ ମଧ୍ୟ ବନ୍ଦ ରହିଛି। ଦଳର ୧୫୧ଦଫା ଦାବି ଅନୁଯାୟୀ, ବାଦାମପାହାଡ଼ ଓ ଗୋରୁମହିଷାଣୀ ଲୌହ ଖଣିରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ବନ୍ଦ ପଡ଼ିଥିବା ଶିଳ୍ପକୁ ପୁନଃ ପ୍ରଚଳନ କରି ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତ ଯୋଗାଇବା । ଗ୍ରାମାଞ୍ଚଳ ଡାକ୍ତରଖାନା ଓ ପିଆର୍‌ଏମ୍‌ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି ସହ ଉପକରଣ ଯୋଗାଇବା । ରାଇରଙ୍ଗପୁର ହସ୍ପିଟାଲ୍‌ରେ ଆଇସିୟୁ ବ୍ୟବସ୍ଥା, ସାନ୍ତାଳୀ, ମୁଣ୍ଡାରୀ, ହୋ, ସହିତ କୁଡ଼ମାଲି ଭାଷାକୁ ଦ୍ବିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ସହିତ ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ଆବାସ ଯୋଜନାରେ ମିଳୁଥିବା ଅର୍ଥରାଶିର ବୃଦ୍ଧି । ବାରିପଦାବାସୀଙ୍କୁ ପାଣି ଯୋଗାଇବା,ଆଦି ଦାବି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ