Masthead

ଓଡ଼ିଶା ପୋଲିସ ଉପରେ ଭରସା ନାହିଁ: ଜୟନାରାୟଣ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ପୋଲିସ-ବିଜେପି ମୁଥ ମରାମରି ଘଟଣା । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କର୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣାରେ ଗିରଫ ହେବେକି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର ? ଯାହାକି ଏବେ ଚର୍ଚ୍ଚା ଜୋର ଧରିଛି । ମହିଳା ପୋଲିସ ଅଧିକାରୀ ଟାଉନ ଥାନାରେ ଏତଲା ଦେବା ପରେ ଗିରଫ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି ।

ହନୁମାନ ଜୟନ୍ତୀରେ ସର୍ବସାଧାରଣରେ ଖଣ୍ଡା ବୁଲାଇବା ଘଟଣା ହେଉ କି ବିଜେପୁର ବନାବିରା ଗୁଳିକାଣ୍ଡରେ ଜେଲ ଯିବା ହେଉ ଏବଂ ଓଡିଶା ପୋଲିସ ଉପରେ ଆଉ ଭରସା ନାହିଁ କହି ନିଜ ପିଏସଓ ଫେରାଇ ଦେବା ଘଟଣା ହେଉ ,ସବୁବେଳେ ଚର୍ଚ୍ଚା ରେ ରହିଆସୁଛନ୍ତି ସମ୍ବଲପୁର ବିଧାୟକ । ଗତକାଲି ଆନ୍ଦୋଳନ ସମୟରେ ଜଣେ ମହିଳା ପୋଲିସ ଅଧିକାରୀ ଙ୍କୁ ସର୍ବସାଧାରଣ ରେ ଧକ୍କା ମାରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଜୟନାରାୟଣ । ଜୟନାରାୟଣ କହିଛନ୍ତି ମହିଳା ପୋଲିସ ଅଧିକାରୀ ତାଙ୍କୁ ଜାଣିଶୁଣି ମୁଥ ମାରିଛନ୍ତି । ପୋଲିସ ନିଜେ ସୁପାରୀ ନେଇ ନବ ଦାସଙ୍କୁ ମାରିଛି ।

ସେପଟେ ମହିଳା ପୋଲିସ ଅଧିକାରୀଙ୍କ ଅଭିଯୋଗ ଓ ବିରୋଧୀ ଦଳ ନେତା ଙ୍କ ପାଲଟା ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ । ସିସିଟିଭି ଫୁଟେଜ ସହ ପୋଲିସ ଉଠାଇଥିବା ଭିଡ଼ିଓର ଟିକନିକ ଯାଞ୍ଚ କରାଯାଉଛି। କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ପତ୍ର ଲେଖିଛି ସମ୍ବଲପୁର ପୋଲିସ ଅଫିସର ସଂଘ। ଏସପି କହିଛନ୍ତି ଉଭୟଙ୍କ ଏତଲା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।ତେବେ ଏତେ ସଂଖ୍ୟକ ପୋଲିସ ଅଧିକାରୀ ଥାଇ ମଧ୍ୟ କିପରି ଏତେବଡ଼ ଘଟଣା ଘଟିଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା