ଚଳିତ ବର୍ଷର ଆର୍ଥିକ ସୁଧହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : କ୍ଷୁଦ୍ର ସଞ୍ଚୟ ଯୋଜନାରେ ପୁରୁଣା ହାର ହ୍ରାସ କରିବା ଆଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। କ୍ଷୁଦ୍ର ସଞ୍ଚୟ ଯୋଜନାର ୨୦୨୦-୨୦୨୧ ବର୍ଷରେ କିଛି ପରିବର୍ତ୍ତନ ହୋଇନି । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଯାହା ସୁଧହାର ଥିଲା ସେହି ଦରରେ ହିଁ ସୁଧ ମିଳିବ।

ବୁଧବାର ଲୋକ ଭବିଷ୍ୟ ନିଧି, ଜାତୀୟ ସଞ୍ଚୟ ପ୍ରମାଣ ପତ୍ର ଓ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ୧.୧ ପ୍ରତିଶତ ସୁଧହାର କମାଇ ଦେଇଥିଲେ। ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା ୨୦୨୧-୨୨ର ପ୍ରଥମ ତ୍ରୈମାସିକ ପାଇଁ ସୁଧହାର କମାଇ ଦିଆଯାଇଥିଲା। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଲୋକ ଭବିଷ୍ୟ ନିଧି ଉପରେ ସୁଧହାର ୦.୭ ରୁ ୬.୪ ପ୍ରତିଶତକୁ କମାଇ ଦିଆଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ୨୦୨୧-୨୨ ବର୍ଷର ପ୍ରଥମ ତ୍ରୈମାସିକ ହିଁ ଏହି ସଂଶୋଧନ କରାଯାଇଥିଲା। ପଞ୍ଚ ବର୍ଷୀୟ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ସୁଧହାର ୦.୯ ପ୍ରତିଶତରୁ ହ୍ରାସ କରି ୬.୫ ପ୍ରତିଶତ କରାଯାଇଛି। ଏହି ଯୋଜନାରେ ପ୍ରତି ତ୍ରୈମାସିକର ନିୟମ ଅନୁଯାୟୀ ସୁଧହାର ଦିଆଯାଏ।

 

ସେହିଭଳି ପ୍ରଥମ ଥର ପାଇଁ ସଞ୍ଚୟ ଖାତା ଉପରେ ୦.୫ ପ୍ରତିଶତ ହ୍ରାସ ପାଇ ୩.୫ ପ୍ରତିଶତ କରି ଦିଆଯାଇଛି। ପୂର୍ବରୁ ସଞ୍ଚୟ ଖାତା ଉପରେ ୪ ପ୍ରତିଶତ ସୁଧ ମିଳି ପାରୁଥିଲା। ବର୍ଷକର ମିୟାଦି ଜମା ଉପରେ ମଧ୍ୟ ୧.୧ ପ୍ରତିଶତ ସୁଧହାର ହ୍ରାସ କରାଯାଇଥିଲା। ସେହିଭଳି ଦୁଇ ବର୍ଷର ମିୟାଦି ଜମା ଉପରେ ୦.୫ ପ୍ରତିଶତ ହ୍ରାସ ହୋଇ ୫ ପ୍ରତିଶତ ଦର ହୋଇଛି। ତିନି ବର୍ଷର ମିୟାଦି ଦର ଉପରେ ୦.୪ ପ୍ରତିଶତ ହ୍ରାସ କରି ଦିଆଯାଇଛି। ୫ ବର୍ଷ ମିୟାଦି ଜମା ଉପରେ ୦.୯ ପ୍ରତିଶତ ସୁଧହାର ହ୍ରାସ କରାଯାଇ ୫.୮ ପ୍ରତିଶତ କରାଯାଇଛି । ବାଳିକାଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୨୦୨୧-୨୨ ପ୍ରଥମ ତ୍ରୈମାସିକ ପାଇଁ ୦.୭ ପ୍ରତିଶତ କମାଇ ୬.୨ ପ୍ରତିଶତ କରି ଦିଆଯାଇଛି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’