Masthead

୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ପଶ୍ଚିମ ବସ୍ତର ଡିଭିଜନରେ ଆତ୍ମସମର୍ପଣ କଲେ ୨୪ ମାଓବାଦୀ । ଛତିଶଗଡ଼ ସରକାରଙ୍କ ନିକଟରେ କଲେ ଆତ୍ମସମର୍ପଣ । ଶାନ୍ତି ବାର୍ତ୍ତା ପାଇଁ ପୁଣି ପତ୍ର ଜାରି କଲା କେନ୍ଦ୍ରୀୟ ମାଓ ସଙ୍ଗଠନ । ତେବେ ୨୪ ଜଣଙ୍କ ମଧ୍ୟରୁ ୧୪ଜଣ ମାଓବାଦୀଙ୍କ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଏପ୍ରିଲ ୨୧ ତାରିଖରୁ ତେଲେଙ୍ଗାନା ସୀମା ବିଜାପୁରରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବାବେଳେ ଲଗାତାର ମାଓ ସମର୍ପଣ ଖବର ଆସୁଛି ।

ବିଜାପୁର ପୋଲିସ ଅଧୀକ୍ଷକଙ୍କ ସୂଚନା ମୁତାବକ , ସରେଣ୍ଡର କରିଥିବା ମାଓବାଦୀ ଅମାନବାୟ ମାଓ ଚିନ୍ତାଧାରା, ସ୍ଥାନୀୟ ଆଦିବାସୀଙ୍କ ଉପରେ ଅଯଥା ଅତ୍ୟାଚାରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ସେମାନେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ’ଭଲ ଗାଁ’ ଅଭିଯାନ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ପୂର୍ବ ବସ୍ତର ସମ୍ଭାଗ , ପରତାପୁର ଏରିଆ କମିଟି ଓ ପଶ୍ଚିମ ବସ୍ତର ସମ୍ଭାଗ ସଙ୍ଗଠନ ସହ ସମ୍ପୃକ୍ତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ