‘ବଡ଼ ଖବର’ର ମହାପ୍ରଭାବ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବଡ଼ ଖବରର ବଡ଼ ପ୍ରଭାବ । ବଡ଼ ଖବରରେ ଖବର ପ୍ରକାଶିତ ହେବା ପରେ ଦୁଇ ପରିବାରକୁ ମିଳିଛି ବିଦ୍ୟୁତ ସଂଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତ ମାଣିପୁର ଗାଁର ଅମୂଲ୍ୟ ଦାସ ଏବଂ ଅଚ୍ୟୁତାନନ୍ଦ ଦାସଙ୍କ ଘରକୁ ମିଳିଛି ବିଦ୍ୟୁତ୍ ସଂଯୋଗ । ଏହି ଦୁଇ ପରିବାର ଭଦ୍ରକ-ଧାମରା ରେଳପଥ ପାଇଁ ବିସ୍ଥାପିତ ହୋଇ ଗାଁଠାରୁ କିଛି ଦୂରରେ ଘରକରି ରହୁଛନ୍ତି। ଧାନ କ୍ଷେତ ପରିବେଷ୍ଟିତ ନିର୍ଜନ ଜାଗାରେ ଘର ହୋଇଥିବାରୁ ଜୀବଜନ୍ତୁଙ୍କ ଭୟରେ ସୂର୍ଯ୍ୟାସ୍ତ ପରେ ପଡ଼ୁଛି ତାଟି କବାଟ ଆଉ ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲାଏ। ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁଯାୟୀ ସେମାନଙ୍କ ଘର ପାଖରେ ପୋତା ଯାଇଥିବା ଖୁଣ୍ଟରେ ବିଦ୍ୟୁତ ସଂଯୋଗ ହୋଇସାରିଛି ମାତ୍ର ଘରକୁ ସଂଯୋଗ କରାଇ ଦେଉ ନ ଥିଲେ ଗ୍ରାମବାସୀ। ଆମର ଛୋଟ ଟ୍ରାନ୍ସଫର୍ମର, ବଡ଼ ଆସିଲେ ତୁମେ ନେବ କହି ଗ୍ରାମବାସୀ ତାର ସଂଯୋଗ କରାଇ ଦେଉ ନ ଥିଲେ । ସରକାରଙ୍କ ତରଫରୁ ମିଳିଥିବା କିଟ୍ ମଧ୍ୟ ଫେରାଇ ନେଇଥିବା ଅଭିଯୋଗ କରିଥିଲେ ଦୁଇ ପରିବାର। ଏ ବିଷୟରେ ଉଭୟ ପରିବାର, କନିଷ୍ଠ ଯନ୍ତ୍ରୀ, ଏସଡିଓ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ମାତ୍ର ଫଳ ଶୂନ। ବଡ଼ ଖବରରେ ଏ ସମ୍ପର୍କିତ ଖବର ପ୍ରକାଶ ପରେ ପରିବାର ଦୁଇଟିକୁ ଦିଆଯାଇଛି ବିଦ୍ୟୁତ୍ ସଂଯୋଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ