Masthead

ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର, ଉପଜିଲ୍ଲାପାଳଙ୍କୁ ଘେରିଲେ ଲୋକେ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗ । ଉପଜିଲ୍ଲାପାଳ ଏବଂ ପ୍ରକଳ୍ପ ଅଧିକାରୀଙ୍କୁ ଘେରିଲେ ଜନସାଧାରଣ । ଜଗତସିଂହପୁର ଜିଲ୍ଲାପ୍ରଶାସନ ଏବଂ ତିର୍ତ୍ତୋଲ ବ୍ଲକ ମିଳିତ ଆନୁକୂଲ୍ୟରେ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ତିର୍ତ୍ତୋଲ ବ୍ଲକ ଅଧୀନ ୨୯ ଟି ପଞ୍ଚାୟତର ଲୋକେ ଭିନ୍ନ ଭିନ୍ନ ଅଭିଯୋଗ ଶିବିରରେ ଦାଖଲ କରିଥିଲେ । ଏକାଧିକ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଦାଖଲ ହୋଇଥିଲା ବେଳେ କଣୀମୂଳ ପଞ୍ଚାୟତରେ ଗତ ବନ୍ୟା ସମୟରେ ଆସିଥିବା ଖାଦ୍ୟ ସାମଗ୍ରୀ ମାରି ଖାଇଥିବା କଥା ସୂଚନା ଆଇନ ବଳରେ ଜାଣିବା ପରେ ଏହାର ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କୁ ଏହି ଶିବିରରେ ଅଭିଯୋଗ କରାଯାଇଥିଲା।

ମାତ୍ର ଜିଲ୍ଲାପାଳ ଏହାକୁ ମିଥ୍ୟା ବୋଲି କହିବା ସହ ଅଭିଯୋଗ କାରୀଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ।ତେବେ ଜନଶୁଣାଣି ସରିବା ପରେ ଜିଲ୍ଲାପାଳଙ୍କୁ ଏହି ଘଟଣା ବିଷୟରେ ପଚାରିବାକୁ କଣିମୂଳ ବାସି ଅପେକ୍ଷା କରିଥିବା ବେଳେ ଜିଲ୍ଲାପାଳ ଗାଡ଼ିରେ ବସି ଚାଲିଯାଇଥିଲେ।ଏହାପରେ ଅଭିଯୋଗ କାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଉପଜିଲ୍ଲାପାଳ ଓ ପ୍ରକଳ୍ପ ଅଧିକାରୀ ଙ୍କୁ ଘେରିଥିଲେ । ଏବଂ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଜନସାଧାରଣ ଙ୍କ ପାଇଁ କୌଣସି ମୌଳିକ ସୁବିଧାର ବ୍ୟବସ୍ଥା ହୋଇନଥିବା ଦେଖିବାକୁ ମିଳିଥିଲା । ଖରା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା, ଛୋଟ ପିଲାମାନଙ୍କୁ ଆଣି ଆସିଥିବା ଲୋକମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’