Masthead

ଧରାପଡିଲେ ଦୁର୍ବୃତ୍ତ

ସୋର (ବଡ଼ ଖବର ବ୍ୟୁରୋ): ଧରାପଡିଲେ ୩ଜଣ କୁଖ୍ୟାତ ଅପରାଧୀ । ସେମାନେ ହେଲେ ସୋର ଥାନା ଭିମେଇ ଅଞ୍ଚଳର ଭରତ ଦାଶ, ରମେଶ ମଲ୍ଲିକ ଓ ନୀଳଗିରି ଅଞ୍ଚଳର ଅଜୟ ସିଂ । ସେମାନଙ୍କ ନିକଟରୁ ୫୦୦ ଗ୍ରାମ ରୁପା, ୨ଟି ମୋବାଇଲ, ୨ଟି ବାଇକ ଓ ନଗଦ ୪୯୦୦ ଟଙ୍କା ଜବତ କରିଛି ସୋର ପୋଲିସ । ଉକ୍ତ ଘଟଣାରେ ଯଡିତ ଦୁଇ ଅଭିଯୁକ୍ତ ପପୁ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ଫେରାର ହୋଇଯାଇଛନ୍ତି । ଉଭୟଙ୍କୁ ଧରିବା ଲାଗି ତନାଘନା କରୁଛି ପୋଲିସ । ୫ଜଣ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ସୋର, ନୀଳଗିରି, ଖନ୍ତପଡ଼ା ଓ ସିମୁଳିଆ ଥାନାରେ ଅଭିଯୋଗ ଥିବା ସୂଚନା ଦେଇଛି ପୋଲିସ ।

ଶନିବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ଛକ ନିକଟରେ ଡକାୟତି ହୋଇଥିବା ସୋର ଥାନାକୁ ଖବର ଆସିଥିଲା । ସୋର ଆଇଆଇସି ମଧୁମିତାଙ୍କ ନେତୃତ୍ୱରେ ଏଏସଆଇ ପ୍ରାତାପ କାର୍ଲେ, ଏଏସଆଇ ପ୍ରଦୀପ ମହାନ୍ତିଙ୍କୁ ନେଇ ଗଠିତ ଟିମ୍ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ । ଧରାହୋଇଥିବା ଦୁଇ ଅଭିଯୁକ୍ତ ଦୁଇମାସ ପୂର୍ବରୁ ଜେଲରୁ ମୁକୁଳିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ