Masthead

ଚୋରି କରି ବନ୍ଧାହେଲେ ୩ ଯୁବକ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ):ଚୋରି କରିବା ପଡିଲା ମହଙ୍ଗା । ଚୋରି କରି ବନ୍ଧା ହେଲେ ୩ ଯୁବକ ।ଭୋଗରାଇ ବ୍ଲକ ଅନ୍ତର୍ଗତ ପସରବିନ୍ଧା ପଂଚାୟତର ସାନଆଉସା ଗ୍ରାମରେ ତିନି ଜଣ ଚୋରକୁ କାବୁ କରିଛନ୍ତି ଗ୍ରାମବାସୀ । ସେମାନଙ୍କୁ ଧରି ଦୌଡ଼ିରେ ବାନ୍ଧି ରଖି ଭୋଗରାଇ ଥାନାକୁ ଖବର ଦେଇଛନ୍ତି ।

ସୂଚନା ମୁତାବକ ତିନିଜଣ ଯୁବକ ଏକ ମେସିନ ଚାଳିତ ରିକ୍ସାକୁ ଚୋରି କରିବାକୁ ଚେଷ୍ଟା କରିଥିଲେ । ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଆଗରେ ମେସିନ ଚାଳିତ ରିକ୍ସାଟି ଛିଡା ହେଇଥିବା ବେଳେ ତିନିଜଣ ଯୁବକ ତାକୁ ଠେଲି ଠେଲି ନେଇଯାଉଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ମାନେ ତିନି ଚୋରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହିତ ଏକ ଦୌଡ଼ିରେ ବାନ୍ଧି ମାଡ଼ ମାରିଥିଲେ ଏବଂ ପରବର୍ତୀ ସମୟରେ ଭୋଗରାଇ ଥାନାକୁ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ । ଏହି ଚୋର ମାନଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ