Before Header

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’

0 188

ହରିଚନ୍ଦନପୁର(ବଡ଼ ଖବର ବ୍ୟୁରୋ): ଆଜିଠୁ ମା ତାରିଣୀଙ୍କ ୮୭ ତମ ବିଶ୍ଵପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ । ମହାଆଡମ୍ବରରେ ପାଳିତ ହେଉଛି ଚଇତି ଯାତ୍ରା । ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଏହି ପର୍ବ ପାଳିତ ହେବ । ଚଳିତ ବର୍ଷ ମାଆଙ୍କର ଚଇତି ଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହ ଆଗନ୍ତୁକ ଭକ୍ତ ମାନଙ୍କର ଆଧ୍ୟାତ୍ମିକ ଭାବାବେଗ ଓ ମାଙ୍କ ମନ୍ଦିରର ସୌନ୍ଦର୍ୟ୍ୟ କରଣ ସାରା ଘଟଗାଁ ପରିସରକୁ ଅଧିକ ବିମୋହିତ କରୁଛି ।

ସାତଦିନ ଧରି ମା’ ଭକ୍ତଙ୍କୁ ଦୁର୍ଲଭ ସୁନାବେଶରେ ଦର୍ଶନ ଦେବେ । ମନ୍ଦିରକୁ ହାଜର ହାଜର ଭକ୍ତଙ୍କ ସମାଗମ ହୋଇଛି । ଉତ୍ସବ ମୁଖର ହୋଇଛି ମାଙ୍କ ପୀଠ । ଧୂପ, ଦୀପ, କର୍ପୁର ନୈବେଦ୍ୟ ସୁଗନ୍ଧିତ ବାସ୍ନାରେ ମନ୍ଦିର ମହମହ ବାସୁଥିବା ବେଳେ ଘଣ୍ଟ ସଂଖ ହୁଳହୁଳି ଯୋଡିନାଗରା ଓ ମହୁରୀ ଶବ୍ଦରେ ଉଠୁଚି ପଡ଼ୁଚି ମନ୍ଦିର ବେଢ଼ା ।

Leave A Reply

Your email address will not be published.