Masthead

ସେନା ଗାଡି ଦୁର୍ଘଟଣା, ୩ ଯବାନ ସହିଦ

ଜମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ): ଜାମ୍ମୁ-କଶ୍ମୀର ରାମବନରେ ସେନା ଗାଡି ଦୁର୍ଘଟଣା । ୨୦୦ ରୁ ୩୦୦ ଫୁଟ୍ ଖାଇକୁ ଖସିଲା ସେନା ଗାଡି । ସେନା ଗାଡି ଦୁର୍ଘଟଣାରେ ୩ଯବାନ ସହିଦ । ପୋଲିସ, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଶ୍ରୀନଗର ଅଭିମୁଖେ ଯାଉଥିଲା ସେନା ଗାଡି । ମୃତକମାନଙ୍କୁ ରାମବନ ଜିଲା ହସ୍ପିଟାଲକୁ ଅଣାଯାଉଛି। ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାଟି ରବିବାର ପୂର୍ବାହ୍ନରେ ଜାତୀୟ ରାଜପଥ-୪୪ର ବ୍ୟାଟେରି ଚଷ୍ମା ନିକଟରେ ଘଟିଥିଲା।

ଏହି ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା। ଏହି ସମୟ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ, ଏସ୍‌ଡିଆର୍‌ଏଫ୍‌, ପୋଲିସ, ସେନା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଭୀର ଖାଲ ମଧ୍ୟକୁ ଖସି ପଡ଼ିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ