Masthead

୬ହଜାରରୁ ଅଧିକ ପଦ ପାଇଁ ସୃଷ୍ଟି ହେବ ନିଯୁକ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଘୋଷଣା । ଖବୁଶୀଘ୍ର ଖାଲି ରହିଥିବା ୬୦୦୦ରୁ ଅଧିକ ପଦର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏନେଇ ସଂରକ୍ଷିତ ବର୍ଗର ଖାଲି ଶିକ୍ଷାଦାନ ପଦବୀ ପୂରଣ ପାଇଁ ଆସନ୍ତା ସପ୍ତାହରେ ସମସ୍ତ ବିଶ୍ୱବିଦ୍ୟାଳୟ ମାନଙ୍କରେ ବିଜ୍ଞାପନ ଦିଆଯିବ ବୋଲି ସୂଚନା ମିଳିଛି । ଅପରପକ୍ଷେ ବିଶ୍ୱବିଦ୍ୟାଳୟ ଗୁଡିକରେ ସମୁଦାୟ ୬୨୨୯ ଶିକ୍ଷାଦାନ ପଦବୀ ଖାଲି ଅଛି । ସେଥିମଧ୍ୟରୁ ୧୦୧୨ଟି ଏସସି, ୫୯୨ଟି ଏସଟି, ୧୭୬୭ଟି ଓବିସିପାଇଁ ଥିବା ବେଳେ ୮୦୫ଟି ଇଡବ୍ଲୁଏସ ଏବଂ ୩୫୦ ଡିଭିଆଙ୍ଗ ପଦ ପାଇଁ ଖାଲି ରହିଥିବାର ସୂଚନା ମିଳିଛି ।

ଅନ୍ୟପଟେ ସେପ୍ଟେମ୍ବର ମାସ ହେଉଛି ଏକ ପ୍ରକାର ଶିକ୍ଷକ ମହୋତ୍ସବ । ରାଷ୍ଟ୍ରପତି ୫ ସେପ୍ଟେମ୍ବରରେ ଦେଶକୁ ସମ୍ବୋଧିତ କରିବେ ଏବଂ ଏହା ପରେ ୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ତେଣୁ ସମସ୍ତ ଅନୁଷ୍ଠାନର ବିଜ୍ଞାପନ ସେପ୍ଟେମ୍ବର ୬ରୁ ୧୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୂଳପତିମାନଙ୍କୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା