Masthead

ଏବେ ବି ବଞ୍ଚିଛି ଅଲ-କାଏଦା ମୁଖ୍ୟ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତଙ୍କବାଦ ସଂଙ୍ଗଠନ ଅଲ-କାଏଦାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏବେ ବି ବଞ୍ଚିଛନ୍ତି ଅଲ-କାଏଦା ମୁଖ୍ୟ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଓସାମା ବିନ୍‌ ଲାଦେନର ମୃତ୍ୟୁ ପରେ ଅଲ-କଏଦାର ମଙ୍ଗ ଧରିଥିଲା କୁଖ୍ୟାତ ଆଙ୍କବାଦୀ ଅଲ ଜବାହିରୀ। ସେ ଗତ କିଛି ବର୍ଷ ଧରି ଅଣ୍ଡର ଗ୍ରାଉଣ୍ଡ ଥିଲା। ପରେ ୨୦୨୦ ନଭେମ୍ବର ୨୦ରେ ରୋଗାକ୍ରାନ୍ତ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏବେ କିନ୍ତୁ ସେ ପୁଣି ଥରେ ଜୀବିତ ଅବସ୍ଥାରେ ସାମ୍ନାକୁ ଆସିଛି।

ଅନ୍ୟପଟେ ଆମେରିକାର ୯/୧୧ ଆକ୍ରମଣକୁ ୨୦ ବର୍ଷ ପୁରିଥିବା ଅବସରରେ ଏକ ଭିଡିଓ ଜାରି କରିଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା । ନିଜ ଅଧିକୃତ ଏଏସ୍‌-ସାହିବ୍‌ ଚ୍ୟାନେଲ ମାଧ୍ୟମରେ ସେ ୬୦ ମିନିଟ୍‌ର ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ଅଲ୍‌ କାଏଦା ମୁଖ୍ୟ ଅଲ ଜବାହିରୀ ଜୀବିତ ଥିବା ଦେଖିବାକୁ ମିଳିଛି। ଏଥିସହ ସେ ପୂରାପୁରି ସୁସ୍ଥ ଥିବା ମଧ୍ୟ ନଜର ଆସିଛି। ୨୦୨୦ ମସିହାରେ ଅଲ୍‌ ଜାବାହିରୀର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଅଲ୍‌ କାଏଦା ଏହାକୁ ମିଛ ବୋଲି କହିଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ