Masthead

ଉନ୍ନୟନ କାର୍ଯ୍ୟରେ ଟଙ୍କା ହେରଫେର

ଜଳେଶ୍ୱର  (ବଡ଼ ଖବର ବ୍ୟୁରୋ):ଉନ୍ନୟନ କାର୍ଯ୍ୟରେ ଟଙ୍କା ହେରଫେର । ଅନୁମୋଦନ ଅର୍ଥ ରାଶିରୁ ଟଙ୍କା ଗାଏବ । ମିଛ ଦସ୍ତଖସ୍ତରେ ପାସ ହେଉଛି ବିଲ । କାର୍ୟ୍ୟ ନହେଲେବି ଜବରଦସ୍ତି କରାଯାଉଛି ବିଲ ପାସ । ଭୋଗରାଇ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ନୟାବଣି ସରିସା ଆମ ଅଙ୍ଗନୱାଡି କେନ୍ଦ୍ରର ଉନ୍ନୟନ କାର୍ଯ୍ୟ ପାଇଁ ୨ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା ।ସେଥିମଧ୍ୟରୁ ବ୍ଲକରୁ ରୟାଲିଟି ବାବଦରେ ୫୦ ହଜାର ଟଙ୍କା କାଟି ନେଇ ୧ ଲକ୍ଷ ୫୦ ହଜାର ଟଙ୍କା କାର୍ଯ୍ୟ ପାଇଁ ଦିଆଯାଇଥିବା ବେଳେ ସେଥିରେ ବି ଅଙ୍ଗନୱାଡି ରେ ଛାତ ନପଡ଼ି ବିଲ ଉଠାଯାଇଛି । ଅଙ୍ଗନୱାଡି କର୍ମୀ ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ପ୍ରେସରରେ ଜବରଦସ୍ତି ଦସ୍ତଖସ୍ତ କରି ବିଲ ପାସ କରିଛନ୍ତି ।

କୁନି କୁନି ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସରକାର ଟଙ୍କା ଅନୁମୋଦନ କରିଥିବା ବେଳେ ଶିକ୍ଷାଦାନ କରୁଥିବା ଅଙ୍ଗନୱାଡି କର୍ମୀ ମଧ୍ୟ ସରକାରୀ ଟଙ୍କା ଖାଇବାରେ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି । ତେବେ କନିଷ୍ଠ ଯନ୍ତ୍ରୀ ଓ ୱାର୍ଡ ମେମ୍ବର , ଅଙ୍ଗନୱାଡି କର୍ମୀଙ୍କ ଏଭଳି କାର୍ୟ୍ୟ ବିରୋଧରେ ସ୍ଥାନୀୟ ବାସିନ୍ଦା ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା