ଉନ୍ନୟନ କାର୍ଯ୍ୟରେ ଟଙ୍କା ହେରଫେର

ଜଳେଶ୍ୱର  (ବଡ଼ ଖବର ବ୍ୟୁରୋ):ଉନ୍ନୟନ କାର୍ଯ୍ୟରେ ଟଙ୍କା ହେରଫେର । ଅନୁମୋଦନ ଅର୍ଥ ରାଶିରୁ ଟଙ୍କା ଗାଏବ । ମିଛ ଦସ୍ତଖସ୍ତରେ ପାସ ହେଉଛି ବିଲ । କାର୍ୟ୍ୟ ନହେଲେବି ଜବରଦସ୍ତି କରାଯାଉଛି ବିଲ ପାସ । ଭୋଗରାଇ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ନୟାବଣି ସରିସା ଆମ ଅଙ୍ଗନୱାଡି କେନ୍ଦ୍ରର ଉନ୍ନୟନ କାର୍ଯ୍ୟ ପାଇଁ ୨ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା ।ସେଥିମଧ୍ୟରୁ ବ୍ଲକରୁ ରୟାଲିଟି ବାବଦରେ ୫୦ ହଜାର ଟଙ୍କା କାଟି ନେଇ ୧ ଲକ୍ଷ ୫୦ ହଜାର ଟଙ୍କା କାର୍ଯ୍ୟ ପାଇଁ ଦିଆଯାଇଥିବା ବେଳେ ସେଥିରେ ବି ଅଙ୍ଗନୱାଡି ରେ ଛାତ ନପଡ଼ି ବିଲ ଉଠାଯାଇଛି । ଅଙ୍ଗନୱାଡି କର୍ମୀ ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ପ୍ରେସରରେ ଜବରଦସ୍ତି ଦସ୍ତଖସ୍ତ କରି ବିଲ ପାସ କରିଛନ୍ତି ।

କୁନି କୁନି ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସରକାର ଟଙ୍କା ଅନୁମୋଦନ କରିଥିବା ବେଳେ ଶିକ୍ଷାଦାନ କରୁଥିବା ଅଙ୍ଗନୱାଡି କର୍ମୀ ମଧ୍ୟ ସରକାରୀ ଟଙ୍କା ଖାଇବାରେ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି । ତେବେ କନିଷ୍ଠ ଯନ୍ତ୍ରୀ ଓ ୱାର୍ଡ ମେମ୍ବର , ଅଙ୍ଗନୱାଡି କର୍ମୀଙ୍କ ଏଭଳି କାର୍ୟ୍ୟ ବିରୋଧରେ ସ୍ଥାନୀୟ ବାସିନ୍ଦା ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ