Before Header

ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ବୀରତା

0 17

(ବଡ଼ ଖବର ବ୍ୟୁରୋ):   ଆଜି ୮୯ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ଭାରତୀୟ ବାୟୁସେନା  । ୮ ଅକ୍ଟୋବର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ଆଜି ଏହି ପ୍ରତିଷ୍ଠିତ ଦିବସରେ ଚାରିଆଡେ ବାୟୁସେନା ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା । ବେଶ ଧୁମଧାମରେ ପାଳନ ହୋଇଛି ବାୟୁସେନା ଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୧୯୭୧ ଯୁଦ୍ଧରେ ହୋଇଥିବା ଭାରତ ଓ ପାକିସ୍ତାନ ଯୁଦ୍ଧର ବିଜୟ ଗାଥା ପ୍ରଦର୍ଶିତ କରାଯାଇଥିଲା ।

ଚଳିତ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୁରିଲା । ଏ ନେଇ ଭରତୀୟ ବାୟୁସେନା ପକ୍ଷରୁ ଚଳିତ ବର୍ଷ ବିଜୟ ବର୍ଷ ଭାବେ ପାଳନ କରାଯାଇଛି । ଭାରତୀୟ ବାୟୁସେନା ଦେଶ ପାଇଁ ଅନେକ ସେବା କରି ଆସୁଛି । ସ୍ୱାଧୀନତା ପରେ ଭାରତୀୟ ବାୟୁସେନାର ଚୀନ ଓ ପାକିସ୍ତାନ ସହ ଯୁଦ୍ଧରେ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ । ବାୟୁସେନାର ଏହି ଉତ୍ସବରେ ଫାଇଟର ଜେଟ ରାଫେଲ ପ୍ରମୁଖ ଲୋକଙ୍କ ଦୃଷ୍ଟି ଆକର୍ଷଣ ସାଜିଥିଲା ।

ଆଜି ସାରା ବିଶ୍ୱ ଭାରତୀୟ ବାୟୁସେନାର ବଳ ଦେଖିଛି । ପ୍ୟାରେଡ ଗ୍ରାଉଣ୍ଡରେ ରାଫେଲ ସମେତ ସୁଖୋଇ, ମିରାଜ୍ , ତେଜସ ଭାଗନେଇଥିଲେ । ଆକାଶମାର୍ଗରେ ବାୟୁସେନା କର୍ମଚାରୀ ନିଜର କଳାକୌଶଳ ପ୍ରଦର୍ଶନ କରିଛନ୍ତିି । ବାୟୁସେନାର ଆକାଶଗଙ୍ଗା ଟିମ ଡେୟାର ଡେଭିଲ ଶୋ ପ୍ରଦର୍ଶନ କରିଥିଲେ । ଅମେରିକା, ଋଷିଆ, ପରେ ଭାରତୀୟ ବାୟୁସେନା ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଭାରତୀୟ ବାୟୁସେନା ପାଖରେ ୧ ଲକ୍ଷ ୭୦ ହଜାରରୁ ଅଧିକ ଯବାନ ଓ ଅଧିକାରୀ ଦେଶର ସେବାରେ ନିୟୋଜିତ ଅଛନ୍ତି । ଦେଶ ସ୍ୱାଧୀନ ହେବା ପୂର୍ବରୁ ବାୟୁସେନାକୁ ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ ବୋଲି କୁହାଯାଉଥିଲା । ହେଲେ ଦେଶ ସ୍ୱାଧୀନ ହେବା ପରେ ରୟାଲ ଶବ୍ଦକୁ ହଟାଯାଇ ଇଣ୍ଡିଆନ ଏୟାରଫୋର୍ସ ଦିଆଯାଇଥିଲା ।

 

Leave A Reply

Your email address will not be published.