Masthead

୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତୃତୀୟ ଟେଷ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ତୃତୀୟ ଟେଷ୍ଟ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଘୋଷଣା କରିଛି ତା’ର ଚୁଡାନ୍ତ ଏକାଦଶ । ଆସନ୍ତାକାଲିଠାରୁ ସିଡନୀରେ ଖେଳାଯିବ ଭାରତ -ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ । ତୃତୀୟ ଟେଷ୍ଟ ପାଇଁ ଦଳକୁ ଫେରିଛନ୍ତି ରୋହିତ ଶର୍ମା । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନ ନେଇଛନ୍ତି ରୋହିତ ଶର୍ମା । ଗତ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ ମୟଙ୍କ । ଯାହା ଫଳରେ ତାଙ୍କ ସ୍ଥାନରେ ମିଳିଛି ରୋହିତଙ୍କୁ ସୁଯୋଗ । ରୋହିତ ଶର୍ମା ଦଳକୁ ଆସିବା ପରେ ତାଙ୍କୁ ମିଳିଛି ଭାରତୀୟ ଦଳର ଉପଅଧିନାୟକ ପଦ ।

ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ଡେବ୍ୟୁ କରିବେ ଦ୍ରୁତ ବୋଲର ନବଦୀପ ସାଇନି । ନବଦୀପ ସାଇନ ଗତ ମ୍ୟାଚରେ ଆଘାତ ହୋଇ ଦଳରୁ ବାଦ ପଡ଼ିଥିବା ଉମେଶ ଯାଦବଙ୍କ ସ୍ଥାନ ନେଇଛନ୍ତି । ଆଜିଙ୍କେ ରାହାଣେଙ୍କ ନେତୃତ୍ୱରେ ଏହି ଦଳ ଆସନ୍ତାକାଲି ସିଡନୀରେ କଙ୍ଗାରୁ ଦଳକୁ ମାତ ଦେବା ପଡ଼ିଆକୁ ଓହ୍ଲାଇବ।

ତୃତୀୟ ଟେଷ୍ଟରେ ଭାରତୀୟ ଦଳର ଓପନିଂ ବ୍ୟାଟିଂ ସମ୍ଭାଳିବେ ରୋହିତ ଶର୍ମା ଓ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ । ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାର, ଚତୁର୍ଥ ସ୍ଥାନରେ ଅଧିନାୟକ ଆଜିଙ୍କେ ରାହାଣେ, ପଂଚମ ସ୍ଥାନରେ ହନୁମା ବିହାରୀ, ଷଷ୍ଠ ସ୍ଥାନରେ ଋଷଭ ପନ୍ତ, ସପ୍ତମ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି ଦଳର ଚୁଡାନ୍ତ ଏକାଦଶରେ । ସେହିପରି ଭାବରେ ଅଷ୍ଟମ, ନବମ, ଦଶମ ଓ ଏକାଦଶ ସ୍ଥାନରେ ଯଥାକ୍ରମେ ରବିଚନ୍ଦ୍ରନ ଅଶ୍ୱିନୀ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ନବଦୀପ ସାଇନ ସ୍ଥାନ ପାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ