ରାହୁଲଙ୍କୁ କମ୍ ଦଣ୍ଡ ଦିଆଯାଇଛି, ପାଞ୍ଚ ବର୍ଷ ଦଣ୍ଡିତ କରାଯିବା ଉଚିତ୍‌: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ବିପକ୍ଷରେ କୋର୍ଟ ଶୁଣାଇଥିବା ରାୟକୁ ସମର୍ଥନ ଜଣାଇଛନ୍ତି ପଦ୍ମଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ରାମଭଦ୍ରାଚାର୍ଯ୍ୟ ମହାରାଜ କହିଛନ୍ତି, ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ଇତିହାସର ପୁନରାବୃତ୍ତି ଘଟାଇଛି। ନିର୍ବାଚନରେ ଜାଲିଆତି କରି ଇନ୍ଦିରା ଗାନ୍ଧୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଦଣ୍ଡିତ କରିଥିଲେ। ପୁଣିଥରେ ତାଙ୍କ ନାତି ଗୁଜରାଟ ହାଇକୋର୍ଟରୁ ଏକ ଝଟ୍‌କା ପାଇଛନ୍ତି। ରାହୁଲଙ୍କୁ କମ ଦଣ୍ଡ ଦିଆଯାଇଛି। ରାହୁଲ ଗାନ୍ଧୀଙ୍କୁ ଅତି କମରେ ପାଞ୍ଚ ବର୍ଷ ଦଣ୍ଡିତ କରାଯିବା ଉଚିତ୍‌। ତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବାର କୌଣସି ଆଶା ନଥିବା କହିଛନ୍ତି ରାମଭଦ୍ରାଚାର୍ଯ୍ୟ ।

୨୦୧୯ ଲୋକ ସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ମୋଦି ସରନେମକୁ ନେଇ ଏକ ବୟାନ ଦେଇଥିଲେ । ଏନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ମାର୍ଚ୍ଚ ୨୪ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ବାତିଲ କରାଯାଇଥିଲା। ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟର ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ମଧ୍ୟ ତାଙ୍କ ଆଶ୍ୱସ୍ତି ମିଳିନାହିଁ। ଏହା ପରେ ହାଇକୋର୍ଟରେ ଏହାର ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଆବେଦନ କରାଯାଇଥିଲା। ତେବେ ଏହି ରିଭୁ୍ୟ ପିଟିସନକୁ ଖାରଜ କରିଛନ୍ତି କୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!