Masthead

ଛଟପୂଜାକୁ ନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାରୀ ସଂପ୍ରଦାୟର ବିବାହିତ ମହିଳାମାନେ ସାଧାରଣତଃ ପାଳନ କରିଥାନ୍ତି ଛଟପର୍ବ । ବିଭିନ୍ନ ନଦୀର ବାଲୁକା ଶର୍ଯ୍ୟାରେ ଉଦିତ ସୂର୍ଯ୍ୟଙ୍କୁ ଭକ୍ତି ଓ ନିଷ୍ଠାର ସହ ସେମାନେ କରିଥାନ୍ତି ପୂଜାର୍ଚ୍ଚନା । ସ୍ୱାମୀ ଓ ପରିବାର ମଙ୍ଗଳକାମନା କରି ଏହି ପୂଜା ସେମାନେ କରିଥାନ୍ତି ।
ଚଳିତ ବର୍ଷ ନଭେମ୍ବର ୨୦ ଓ ୨୧ ତାରିଖରେ ପାଳିତ ହେବ ଛଟପର୍ବ । କିନ୍ତୁ ଏହି ପର୍ବ ଉପରେ ଲାଗିଛି ସରକାରୀ ଅଙ୍କୁଶ । ଅନ୍ୟ ପର୍ବ ପର୍ବାଣୀ ପରି ଛଟପର୍ବ ହେବ ନାହିଁ । କରୋନା ନିୟମ ଉଲ୍ଲଘଂନ ହେବା ଆଶଙ୍କାରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମହିଳାମାନେ ନଦୀଘାଟରେ ପର୍ବ ପାଳନ ନ କରି ଘରେ ଛଟପୂଜା କରିବାକୁୂ ସ୍ୱତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଘଂନ କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଏହା ସହ ଛଟପୂଜା ସମୟରେ ନଦୀରେ ସମୂହ ସ୍ନାନକୁ ମଧ୍ୟ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ