Masthead

ବାନ୍ଧଗୋଡା ଘୂର୍ଣ୍ଣିବାତ୍ୟାକୁ ୪୫ ବର୍ଷ

ଘସିପୁରା (ବଡ଼ ଖବର ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ପୁରୁଣା ବାନ୍ଧଗୋଡା ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାକୁ ପୂରିଛି ୪୫ ବର୍ଷ । ୧୯୭୮ମସିହା ଆଜିର ଦିନରେ ଘଟିଥିଲା ଏହି ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା । ଘୂର୍ଣ୍ଣିବାତ୍ୟା ପ୍ରଭାବରେ ନିମିଷକ ମଧ୍ୟରେ ଗଛଲତା,ଗାଈଗୋରୁ ଓ ମଣିଷ ଆକାଶରେ ଉଡିବାକୁ ଲାଗିଲେ । ଏହି ଘୂର୍ଣ୍ଣିବାତ୍ୟାରେ ୧୭୮ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହ ଗୋରୁଗାଈ ମୃତ୍ୟୁମୁଖରେ ପଡ଼ିଥିଲେ। ଗ୍ରାମଟି ଶ୍ମଶାନରେ ପରିଣତ ହୋଇଯାଇଥିଲା । ସମୟ ପାଖାପାଖି ଅପରାହ୍ନ ୪ଟା ।

ଏହି ସମୟରେ ଆକାଶରେ ଘୋଟି ଆସିଲା କଳା ବାଦଲ । କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ ଧାରଣ କଲା । କେହି କିଛି ବୁଝିବା ପୂର୍ବରୁ ଗଛଲତା,ଗାଈଗୋରୁ ଓ ମଣିଷମାନଙ୍କୁ ଆକାଶକୁ ଉଡାଇନେଲା । ଗାଁର ୧୨୦ଟି ଘର ମାଟିରେ ମିଶିଗଲା । କ୍ଷଣିକ ମଧ୍ୟରେ ୧୭୮ଜଣ ଲୋକଙ୍କ ସହ ୭ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା । ଶ୍ମଶାନରେ ପରିଣତ ହୋଇଗଲା ହସଖୁସିର ପୁରୁଣାବାନ୍ଧଗୋଡା ।

କେବଳ ପୁରୁଣାବାନ୍ଧଗୋଡା ଗ୍ରାମ ନୁହେଁ,ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡାମାଳି,ନର୍ଦ୍ଦା,ତିଗିରିଆ,ବିଲାବନ୍ଧ ଆଦି ଗାଁର କ୍ଷତି ଘଟାଇଥିଲା । ଘଟଣାପରେ ଦେଶବିଦେଶରୁ ଛୁଟିଥିଲା ସହାୟତାର ସୁଅ । ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୂହ ସଂସ୍କାର କରାଯାଇଲା । ସେହି ସ୍ଥାନରେ ସ୍ଥାପିତ ହୋଇଛି ଏକ ସ୍ମୃତିସ୍ତମ୍ଭ । ସେହି ଅବିଶ୍ବାସନୀୟ ଘୂର୍ଣ୍ଣିବାତ୍ୟାକୁ ଆଜି ପୂରିଛି ୪୫ବର୍ଷ । ପ୍ରକୃତିର ସେହି କରାଳ ରୂପ ସେଦିନର ଭାବିଲା ବେଳକୁ ଆଜି ବି ଦେହ ଶୀତେଇ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା