Masthead

ମାଓ ପୋଷ୍ଟରରେ ସରକାରଙ୍କ ପ୍ରକଳ୍ପକୁ ବିରୋଧ

ରାଇଘର (ବଡ଼ ଖବର ବ୍ୟୁରୋ): ଝରିଗାଁରେ ମାଓ ପୋଷ୍ଟର । ତେଲନଦୀ ଓ ସୀତାଘାଟ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ । ବନ ବିଭାଗକୁ ଟାର୍ଗେଟ କଲେ ମାଓବାଦୀ । ନବରଙ୍ଗପୁର ଜିଲ୍ଲାରେ ଗତ କିଛି ଦିନ ହେବ ମାଓବାଦୀ ନିଜ ଉପସ୍ଥିତି ଜାହିର କରି ବିଭିନ୍ନ କାର୍ୟ୍ୟକଳାପ ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ମାଓବାଦୀ ମାନେ ରାଇଘର ଅଂଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଏବଂ ଜଙ୍ଗଲ କାଟିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥରଲେ । ଗତକାଲି ହାତିଗାଁଠାରେ ସ୍ଥାପନ କରାଯାଇଥିବା ସିଆରପିଏଫ କ୍ୟାମ୍ପକୁ ବିରୋଧ କରି ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଆଜି ଝରିଗାଁରେ ମଧ୍ୟ ପୁଲିସ ପକ୍ଷରୁ ମାଓ ପୋଷ୍ଟର ଜବତ କରାଯାଇଥିବା ଜଣାପଡିଛି । ସ୍ଥାନୀୟ ସେଣ୍ଟ୍ରାଲ ନର୍ସରୀ ନିକଟରେ ଥିବା ଏକ ବେଞ୍ଚରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ ।

ଏଥିରେ ଚନ୍ଦାହାଣ୍ଡିଠାରେ ପ୍ରସ୍ତାବିତ ତେଲାନଦୀ ଉପରେ ବହୁମୁଖି ଜଳପ୍ରକଳ୍ପ ଓ ଝରିଗାଁ ବ୍ଲକ ଚଚା ନିକଟରେ ସତୀଘାଟଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ କରାଯାଇଛି । ଏହି ପ୍ରକଳ୍ପ ହେଲେ ୧୦୦୦ ପରିବାର ବିସ୍ଥାପିତ ହେବେ । ଏବଂ ଲୋକଙ୍କ ଜମି,ଜଙ୍ଗଲ, ଦେବୀ ଦେବତା ଓ ସଂସ୍କୃତିକ ଅନୁଷ୍ଠାନ ନଷ୍ଟ ହେବ । ଲୋକ ରୋଜଗାର ହରାଇବେ ବୋଲି ଉଲ୍ଲେଖ ରହିଛି । ଏହା ଛଡ଼ା ବନବିଭା ର ରେଞ୍ଜର ଓ ଫରେଷ୍ଟର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ମଧ୍ୟ ଜଙ୍ଗଲ ଜମିପଟ୍ଟା ଦେଉନାହାନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି । ପୋଷ୍ଟରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସରକାରକୁ ଟାର୍ଗେଟ କରିଛନ୍ତି ମାଓବାଦୀ । ତେଲନଦୀ ବନ୍ଧ କାମ ତୁରନ୍ତ ବନ୍ଦ ନକଲେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ