Masthead

ଇ-ରିକ୍ସା ଚଲାଇ ଦିବ୍ୟାଙ୍ଗ ପିତାମାତାଙ୍କର ପେଟ ପସୁଛି ଆଠ ବର୍ଷର ବାଳକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଧାରଣତଃ ପିଲାଙ୍କର ଭରଣପୋଷଣ ପିତାମାତା କରିଥାନ୍ତି । ପିଲାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ମାଆ ହେଉ କିମ୍ବା ପିତା ଉଭୟ ଦିନରାତି ପରିଶ୍ରମ କରିଥାନ୍ତି । ଏପରି କିଛି ଘଟଣା ଘଟିବା କିଛି ନୂଆ କଥା ନୁହଁ । ହେଲେ ଛୋଟ ପିଲା ଜଣେ ପରିଶ୍ରମ କରି ନିଜ ଦିବ୍ୟାଙ୍ଗ ପିତାମାତାଙ୍କର ପେଟ ପୋଷିବା ଘଟଣା ସମ୍ପୂର୍ଣ୍ଣ ଅଲଗା । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ହାଇଦ୍ରାବାଦ ଠାରେ ।

ସାଧାରଣତଃ ସହର ଗୁଡିକରେ ଆଠ ବର୍ଷର ପିଲାମାନେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ଏବଂ ଗାଁ ଗୁଡିକରେ ଏହି ବର୍ଷର ପିଲାମାନେ ଖେଳକୁଦ କରୁଛନ୍ତି । କିନ୍ତୁ ହାଇଦ୍ରାବାଦର ଗୋପାଳ କୃଷ୍ଣଙ୍କ କଥା ଅଲଗା । ଆଠ ବର୍ଷ ବୟସରେ ନିଜ କାନ୍ଧରେ ପରିବାର ପ୍ରତିପୋଷଣ ଦାୟିତ୍ୱ ବହନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଗୋପାଳଙ୍କୁ ଦିବ୍ୟାଙ୍ଗ ପିତାମାତା ଏବଂ ତିନି ଭାଇଭଉଣୀଙ୍କ ପେଟ ପୋଷିବାର ଦାୟିତ୍ୱ ରହିଛି । ପରିବାରର ପେଟ ପୋଷିବା ପାଇଁ ହାଇଦ୍ରାବାଦରେ ସେ ଇ-ରିକ୍ସା ଚଳାଳଉଥିବାର ଦେଖିବାକୁ ମିଳିଛି । ସ୍କୁଲ ଯିବା ସମୟରେ ପରିବାର କଥା ଚିନ୍ତା କରି ପରିଶ୍ରମ କରିବା ବାସ୍ତବରେ ସହଜ କଥା ନୁହଁ । ଅପରପକ୍ଷରେ କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତି ସ୍କୁଲ ପୋଷାକରେ ଏକ ଛୋଟ ପିଲାକୁ ରାଜପଥରେ ଇ-ରିକ୍ସା ଚଳାଉଥିବାର ଦେଖିଥିଲେ ।

ସେ ତାଙ୍କ ସହ କଥା ହେବା ପରେ ଏକ ଭିଡିଓ କରିଥିଲେ । ସେତେବେଳେ ଗୋପାଳ ତାଙ୍କ ଇ-ରିକ୍ସାରେ ଦୁଇଜଣଙ୍କୁ କୌଣସି ସ୍ଥାନକୁ ନେଇ ଯାଉଥିଲେ । ଏଭିଡିଓଟିରେ ଆଠ ବର୍ଷ ଶିଶୁର କାହାଣୀ ଦେଖି ମିୟମ୍ରାଣ ହୋଇପଡିଥିଲେ ଜନତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼