ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ହୀରାକୁଦରେ ଖୋଲିଲା ୧୪ ଗେଟ୍ । ସକାଳେ ୧୦ ଟି ଖୋଲା ଯାଇଥିବାବେଳେ ଏବେ ଆଉ ୨ଟି ଖୋଲା ଯାଇଛି । ହୀରାକୁଦର ଜଳସ୍ତର ଧିରେ ଧିରେ ବଢିବା କାରଣରୁ ବର୍ତ୍ତମାନ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୨.୯୭ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣ ବଢିବାକୁ ନେଇ ଆଉ ୧୦ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜଳସ୍ତର ବଢୁଥିବା କାରଣରୁ ଆଗକୁ ଆହୁରି ଗେଟ୍ ଖୋଲି ପାରେ ବୋଲି ସୂଚନା ରହିଛି । ସେପଟେ ମହାନଦୀର ବନ୍ୟାଜଳ ଜଗତସିଂହପୁର ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପ୍ରଭାବ ପକାଇଛି । କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତର ବରିହାଡିଆ ଗାଁ ପାଣି ଘେରରେ ରହିଛି । ଅଞ୍ଚଳର ପ୍ରାୟ ୨୦୦ ପରିବାର ଚାଷ ଉପରେ ନିର୍ଭର କରି ପରିବାର ଚଳାନ୍ତି । କିନ୍ତୁ ଏବେ ବନ୍ୟା ପାଣି ସେମାନଙ୍କ ଜୀବିକା ଉପରେ ବଡ଼ ଆଘାତ ଦେଇଛି । ପରିବା ଚାଷ ନଷ୍ଟ ହେବା ସହିତ ବିଲରେ ମଧ୍ୟ ପାଣି ପଶିଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଉଥିବାବେଳେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି । ଖାଲି ଜଗତସିଂହପୁର ନୁହେଁ ପୂରା ଉତ୍ତର ଓ ପଶ୍ଚିମ ଓଡ଼ିଶା ଜଳମଗ୍ନ ହୋଇଛି । ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଗାଁରେ ପାଣି ପଶିବା ଫଳରେ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ରିପୋର୍ଟ ଆସିଲେ ଯଥାଶୀଘ୍ର ଚାଷୀମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ।
