Masthead

ପାରଳାଖେମୁଣ୍ଡି ରଥଯାତ୍ରାରେ ଟ୍ରାଫିକ ସମସ୍ୟା

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଧୁମଧାମରେ ପାଳନ ହେଉଛି ରଥଯାତ୍ରା । ଏହା ଜିଲ୍ଲାର ମୁଖ୍ୟାଳୟ ହୋଇଥିବା ବେଳେ ରଥଯାତ୍ରାର ମଜା ନେବା ପାଇଁ ସୁଦୁରରୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ପ୍ରଶାସନ ଏବଂ ପୋଲିସର ଦୁରଦୃଷ୍ଟି ଅଭାବରୁ ପ୍ରବଳ ମାତ୍ରାରେ ଟ୍ରାଫିକ ସମସ୍ୟାର ସମୁଖିନ ହେଉଛନ୍ତି ଦୂର ଦୂରାନ୍ତରୁ ଆସିଥିବା ଭକ୍ତଙ୍କ ସହ ପାରଳାଖେମୁଣ୍ଡି ବାସିନ୍ଦା । କାରଣ ପାରଳାଖେମୁଣ୍ଡି ସହରରେ ବାଇପାସ ରାସ୍ତା ନାହିଁ ଯାହା ଦ୍ୱାରା ଫାୟାର ଷ୍ଟେସନ- ମେଡିକାଲ ରାସ୍ତା ଦେଇ ସମସ୍ତ ଯାନବାହାନ ଚଳାଚଳ କରୁଛି । ପୋଲିସ ଷ୍ଟେସନ- କଲେଜ ଚକ ଠାରୁ ବସଷ୍ଟାଣ୍ଡ ରାସ୍ତାକୁ ଯାତ୍ରା ନିମନ୍ତେ ବନ୍ଦ ରଖାଯାଇଛି । ତାହା ସହ ଗୁଣ୍ଡିଚା ମନ୍ଦିରକୁ ଯିବା ସମସ୍ତ ରାସ୍ତା କୁ ମଧ୍ୟ ବନ୍ଦ କରିଦିଆଯାଇଛି । ଗୋଟିଏ ରାସ୍ତା ଉପରେ ନିର୍ଭର କରୁଛି ସମସ୍ତଙ୍କ ଯାତାୟାତ । ଯାହାଫଳରେ ସାଧାରଣ ଜନତା ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା