Masthead

ରାସନ କାର୍ଡଧାରୀଙ୍କୁ ଅଧିକ ୫ କେଜି ଚାଉଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଉ ତିନିମାସ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ । ଘୋଷଣା କଲେ ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବାକୁ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଉପକୃତ ହେବେ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା  ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପ୍ରତି  ମାସରେ ଅତିରିକ୍ତ ୫ କିଲୋ ଚାଉଳ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେପ୍ଟେମ୍ୱରରୁ ନଭେମ୍ୱର  ପର୍ଯ୍ୟନ୍ତ ତିନି ମାସ ପାଇଁ ଏହି ୫ କେଜି ଅଧିକ ଚାଉଳ  ପ୍ରଦାନ କରାଯିବ । ଏ ବାବଦରେ ରାଜ୍ୟ ଖାଦ୍ୟ ଯୋଗାଣ  ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୦ ଲକ୍ଷ ୫୭ ହଜାର  କ୍ୟୁଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି । ନଭେମ୍ବର  ୧୦ ତାରିଖ ସୁଦ୍ଧା ଏହି ଅତିରିକ୍ତ ଚାଉଳ ବଣ୍ଟନ ଶେଷ  କରିବାକୁ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।    ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ,  ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର,  ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା,  ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼  ପ୍ରମୁଖ ଜିଲ୍ଲାରେ ପରିବାର ପିଛା ଏହି ଅତିରିକ୍ତ ୫ କେଜି  ଚାଉଳ ମିଳିବ ।

ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର  ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । କେବଳ ଇଲେକ୍ଟ୍ରୋନିକ୍‌  ପଏଣ୍ଟ ଅଫ୍‌ ସେଲ୍‌ (ଇ-ପିଓଏସ୍‌) ଯନ୍ତ୍ର ମାଧ୍ୟମରେ ବଣ୍ଟନ  କରାଯିବ । ଏହି ଯୋଜନା ଦ୍ୱାରା ୧୯ ଟି ଜିଲ୍ଲାର ୭୦.୪୭  ଲକ୍ଷରୁ ଅଧିକ ପରିବାରର ପ୍ରାୟ ୨.୪୦ କୋଟି ଲୋକ  ଉପକୃତ ହେବେ । ପୂର୍ବରୁ ୩୫ କିଲୋଗ୍ରାମ ଚାଉଳ ପାଉଥିବା  ପ୍ରତ୍ୟେକ ଅନ୍ତ୍ୟୋଦୟ ପରିବାରକୁ ଏବେ ତିନି ମାସ ପାଇଁ  ୪୦ କିଲୋଗ୍ରାମ ମିଳିବ । ଡିଲରମାନଙ୍କୁ ଫିଙ୍ଗରପ୍ରିଣ୍ଟ  ସ୍କାନର ପରିବର୍ତ୍ତେ ଆଇରିସ୍‌ ଡିଭାଇସ୍‌ ବ୍ୟବହାର କରିବାକୁ  କୁହାଯାଇଛି । କେବଳ ବୟସ୍କ, ଭିନ୍ନକ୍ଷମ, ଗୁରୁତର ଅସୁସ୍ଥ  ଏବଂ କୁଷ୍ଠ ରୋଗୀଙ୍କ ଭଳି ମାମଲାରେ କୋହଳ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି