Masthead

ସିରିଜ ଚୋରି ଘଟଣାରେ ୭ ଗିରଫ

ଦଶରଥପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଗୋଟିଏ ପରେ ଗୋଟିଏ ଡକାୟତି ଚାଲିଥିଲା । ଯାହା ପୋଲିସ ସମେତ ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା । ତେବେ ପୋଲିସ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ, ଚୋରିର ମାଧ୍ୟମ ଏବଂ ଚୋରି ହେଉଥିବା ଘର ଆଦିକୁ ଲକ୍ଷ କରି ଦୀର୍ଘ ଦିନ ହେବ ତଦନ୍ତ ଜାରି ରଖିଥିଲା ।

ଫଳ ସ୍ୱରୂପ ବାଇକ ଚୋର ଠାରୁ ଆରମ୍ଭ କରି ଡକାୟତି ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ୭ ଜଣ ଯୁବକଙ୍କୁ ଉଠାଇ ନେଇଛି ମଙ୍ଗଳପୁର ପୋଲିସ । ଗତ କିଛି ମାସ ମଧ୍ୟରେ ଏହି ଲୁଟେରାମାନେ ଚଷାଖଣ୍ଡ, ଦିହୁଡିସାହି, ଓଳସାହି, ହୀରାପୁର ଏବଂ ମଙ୍ଗଳପୁର ବଜାର, ଦୋକାନ ଆଦିରେ ଚୋରି କରୁଥିଲେ । ଏମାନଙ୍କ ଲିଙ୍କ ଜିଲ୍ଲାର ମଙ୍ଗଳପୁର ଠାରୁ ଆରମ୍ଭ କରି କୋରେଇ, କେନ୍ଦୁଝର ଏବଂ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି । ଯେଉଁମାନେ ଟଙ୍କା, ସୁନା, ଗାଡି, ମୋବାଇଲ ଆଦି ଲୁଟ କରିଆସୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’