Masthead

ସିରିଜ ଚୋରି ଘଟଣାରେ ୭ ଗିରଫ

ଦଶରଥପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଗୋଟିଏ ପରେ ଗୋଟିଏ ଡକାୟତି ଚାଲିଥିଲା । ଯାହା ପୋଲିସ ସମେତ ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା । ତେବେ ପୋଲିସ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ, ଚୋରିର ମାଧ୍ୟମ ଏବଂ ଚୋରି ହେଉଥିବା ଘର ଆଦିକୁ ଲକ୍ଷ କରି ଦୀର୍ଘ ଦିନ ହେବ ତଦନ୍ତ ଜାରି ରଖିଥିଲା ।

ଫଳ ସ୍ୱରୂପ ବାଇକ ଚୋର ଠାରୁ ଆରମ୍ଭ କରି ଡକାୟତି ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ୭ ଜଣ ଯୁବକଙ୍କୁ ଉଠାଇ ନେଇଛି ମଙ୍ଗଳପୁର ପୋଲିସ । ଗତ କିଛି ମାସ ମଧ୍ୟରେ ଏହି ଲୁଟେରାମାନେ ଚଷାଖଣ୍ଡ, ଦିହୁଡିସାହି, ଓଳସାହି, ହୀରାପୁର ଏବଂ ମଙ୍ଗଳପୁର ବଜାର, ଦୋକାନ ଆଦିରେ ଚୋରି କରୁଥିଲେ । ଏମାନଙ୍କ ଲିଙ୍କ ଜିଲ୍ଲାର ମଙ୍ଗଳପୁର ଠାରୁ ଆରମ୍ଭ କରି କୋରେଇ, କେନ୍ଦୁଝର ଏବଂ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି । ଯେଉଁମାନେ ଟଙ୍କା, ସୁନା, ଗାଡି, ମୋବାଇଲ ଆଦି ଲୁଟ କରିଆସୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ