ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ,ଚବିଶ ଘଣ୍ଟାର ସମୟ ବି କମ୍ । ଏପରି ପରିସ୍ଥିତିରେ ଛୋଟ ପିଲାମାନଙ୍କୁ ସମ୍ଭାଳିବା, ପିତାମାତାଙ୍କ ପାଇଁ ବେଶି କଷ୍ଟକର ହେଉଛି । ସୁସ୍ଥ ରହିବା ପାଇଁ ଦରକାର ସଠିକ ପୋଷଣ । ଛୋଟ ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ପୋଷଣ ଯୁକ୍ତ ଖାଦ୍ୟ ନିହାତି ଆବଶ୍ୟକ ।

ସଠିକ ଖାଦ୍ୟ ନମିଳିଲେ,ପିଲାମାନେ ବାରମ୍ବାର ରୋଗଗ୍ରସ୍ତ ହୁଅନ୍ତି ଓ ଉତ୍ତମ ରୂପେ ଯତ୍ନ ନ ନେଲେ ପିଲାମାନେ ପୃଷ୍ଟିହୀନର ଶିକାର ହୋଇଥାନ୍ତି । ତେବେ ଆପଣ ଜାଣନ୍ତି କି କଣ ଖାଇଲେ ,ଆପଣଙ୍କ ପିଲାକୁ ଅଧିକ ଶକ୍ତି ମିଳିବ । ଫାଇବର,ପ୍ରୋଟିନ,ଅନେକ ଭିଟାମିନ ମିନେରାଲ୍ସ ପିଲାଙ୍କ ଖାଦ୍ୟରେ ନିହାତି ଜରୁରୀ।

ମାଣ୍ଡିଆ – ମାଣ୍ଡିଆ ବା ରାଗୀ ଏକ ସୁୁପର ଫୁଡ ଅଟେ । ଏଥିରେ ବିଭିନ୍ନ ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଏଥିରେ କ୍ୟାଲସିୟମ ମଧ୍ୟ ରହିଥାଏ । ଯାହା ହାଡର ବୃଦ୍ଧି , ଦାନ୍ତ ସ୍ୱାସ୍ଥ୍ୟ ଓ ଶିଶୁର ଶାରୀରିକ ବିକାଶରେ ସହାୟକ ହୁଏ । ଏହା ବ୍ୟତୀତ ମାଣ୍ଡିଆରେ ଆଇରନ ଓ ଭିଟାମିନ ସି ମଧ୍ୟ ରହିଥାଏ ଯାହା ହୋମୋଗ୍ଲୋବିନ ସ୍ତରକୁ ବଜାୟ ରଖିବାରେ ସାହାର୍ଯ୍ୟ ହୋଇଥାଏ । ଏହାକୁ ସ୍ପ୍ରାଟରେ ମିଶାଇ ରାଗି ଖାଇବାକୁ ଦେଇପାରିବେ କିମ୍ବା ଜଳଖିଆ ପାଇଁ ରାଗୀ ପୋରିଜ୍ ତିଆରି ମଧ୍ୟ କରିପାରିବେ।

ବାଜରା- ଏଥିରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଏଥରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ଫାଇବର ଥାଏ । ଯାହା ଶିଶୁର ବିକାଶରେ ସାହାର୍ଯ୍ୟ କରିଥାଏ । ମକା ମଧ୍ୟ କ୍ୟାଲସିୟମରେ ଭରପୁର ଅଟେ । ଯାହା ମିଳିତ ଭାବରେ ଶିଶୁର ଅସ୍ତିକୁ ବିକାଶ କରିବାରେ ସାହାର୍ଯ୍ୟ କରେ ।

ଜଅ- ସକାଳର ଜଳଖିଆରେ ଏହାକୁ ଖାଦ୍ୟ ରୂପେ ବ୍ୟବହାର କରିହେବ । ଜଅ ରେ ସମସ୍ତ ଜରୁରୀ ଭିଟାମିନ ଏବଂ ମିନେରାଲସ ଥାଏ । ଏହା ବ୍ୟତୀତ ଏଥିରେ ଫାଇବର ,ମ୍ୟାଗ୍ନେସିୟମ ,ଫସଫରସ ,ଭିଟାମିନ ବି ଏବଂ ସେଲେନିୟମ ଥାଏ । ସୁଗାର ଲେବୁଲ୍ ସନ୍ତୁଳନ ଏବଂ ଶକ୍ତି ବଜାୟ ରଖିବାରେ ମଧ୍ୟ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *