Before Header

ମଦରେ ବୁଡ଼ିଛି ମଙ୍ଗଳପୁର

0 60

ଦଶରଥପୁର (ବଡ଼ ଖବର ବ୍ୟୁରୋ): ମଦରେ ବୁଡ଼ିଛି ମଙ୍ଗଳପୁର ବଜାରା ବଜାରରେ ଖୁଲମ ଖୁଲା ମଦର ଆସର ଜମିବାରେ ଲାଗିଛି । ଦିନ ଦ୍ବିପହରରେ ମଦ ବ୍ୟବସାୟୀମାନେ ଦୋକାନ ଦୋକାନ ବୁଲି ମଦ ସପ୍ଲାଏ କରୁଛନ୍ତି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମଙ୍ଗଳପୁର ବଜାରରେ ।

ମଙ୍ଗଳପୁର ଥାନା ଦୁଇ ଶହ ମିଟର ଦୂର ହୋଇଥିଲେ ମଧ୍ୟ ପୋଲିସ ସବୁ ଜାଣି ନଜାଣିଲା ପରି ଅଭିନୟ କରୁଛି । ମଙ୍ଗଳପୁର ବଜାର ନିକଟରେ ଦୁଇ ଦୁଇ ବିଦ୍ୟାଳୟ ଏବଂ ଗୋଟିଏ ମହିଳା ମହାବିଦ୍ୟାଳୟ ରହିଛି । ମଦ ମାଫିଆମାନେ ଖୁଲମ ଖୁଲା ମଦ ବିକ୍ରି କରିବା ତାହା ମଙ୍ଗଳପୁର ପୋଲିସ ଏବଂ ଅବକାରୀ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.