Masthead

ନିଶା ବେପାରୀ ଘରୁ ୮ କେଜି ସୁନା ଜବତ

ଖଲ୍ଲିକୋଟ (ବଡ଼ ଖବର ବ୍ୟୁରୋ): ୪୦ ବର୍ଷର ନିଶା ବେପାରରୁ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଖୋଜାପଲ୍ଲି ବଢ଼ଦାଣ୍ଡ ସାହିର ରଜନିକାନ୍ତ ପଟ୍ଟନାୟକ ରୋଜଗାର କରିଥିଲେ ୧୨ କୋଟି ଟଙ୍କାର ସମ୍ପତ୍ତି। ଏହାକୁ ପୋଲିସ ଜବତ କରିଛି।ଖଲ୍ଲିକୋଟ ପୁଲିସକୁ ମିଳିଛି ବଡ ସଫଳତା । ଗୁରୁବାର ବିଳମ୍ବିତ ରାତିରେ କୌଣସି ପ୍ରକାରେ ଖବର ପାଇଁ ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୁଲିସ ପକ୍ଷରୁ ଖଲ୍ଲିକୋଟ ଥାନା ଅଧିନ ଖୋଜାପାଲି ଗ୍ରାମର ବଡଦାଣ୍ଡ ସାହିରେ ରହୁଥିବା ରଜନୀକାନ୍ତ ପଟ୍ଟନାୟକଙ୍କ ବାସ ଭବନ ଉପରେ ଚଢ଼ାଉ କରିଥିଲେ ।

ରଜନୀକାନ୍ତ କନ୍ଧମାଳରୁ ଚୋରାରେ ଗଂଜେଇ ଆଣି ବ୍ୟବସାୟ କରୁଥିବା ବେଳେ ନିଜ ଗାଡ଼ି ଯୋଗେ ଗଂଜେଇକୁ ଚଲାଣ କରୁଥିବା ଖବର ପାଇ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉବେଳେ ୩୪ କେଜି ଗଞ୍ଜେଇ,୧୦ କିଲୋଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ଏନେଇ ଆଜି ଖଲ୍ଲିକୋଟ ଥାନା ପରିସରରେ ଗଞ୍ଜାମ ଏସ୍ପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ