ନୂଆଦିଲ୍ଲୀ ( ବଡ଼ ଖବର ବ୍ୟୁରୋ ରିପୋର୍ଟ ): ପ୍ରଧାନମନ୍ତ୍ରୀଙ୍କ ବଡ଼ ସନ୍ଦେଶ । ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ଦେଶବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ଗାନ୍ଧିନଗରରେ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଆଲୋଚନା କରିଥିବା ବେଳେ ଏଭଳି କହିଛନ୍ତି ମୋଦି ।
ଭାରତୀୟ ନାଗରିକ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଅପରେସନ ସିନ୍ଦୂର ପାଇଁ ଏକ ଛୋଟ ପଦକ୍ଷେପ ନେବା । ଘରେ ପହଂଚି ବିଦେଶୀ ସାମଗ୍ରୀର ତାଲିକା ପ୍ରସ୍ତୁତ କରିବା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେଉଁଭଳି ଭାବେ ବିଦେଶୀ ସାମଗ୍ରୀ ବ୍ୟରବହାର କରୁଛେ । ଘରେ ଥିବା ହେୟାରପିନ୍, ଟୁଥ୍ପିନ୍ ପରି ସାମଗ୍ରୀ ଭଳି ବିଦେଶୀ ଜିନିଷକୁ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ଦେଶର ବିକାଶ, ଦେଶକୁ ତିଆରି କରିବା ଓ ଆଗକୁ ବଢାଇବା ଦିଗରେ ଏହା ସହାୟକ ହେବ । ଅପରେସନ ସିନ୍ଦୂର କେବଳ ସୈନିକ ମାନଙ୍କର କର୍ତ୍ତବ୍ୟ ନୁହେଁ । ଅପରେସନ ସିନ୍ଦୂର ୧୪୦ କୋଟି ନାଗରିକ ମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ ।
ବ୍ୟବସାୟୀ ମାନେ ବିଦେଶୀ ସାମଗ୍ରୀ ବିକି୍ର କରିବା ଉଚିତ ନୁହେଁ । ମୋଦି କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଏବଂ ଅର୍ଥନୀତିକୁ ତୁରନ୍ତ ଚତୁର୍ଥ ସ୍ଥାନରୁ ତୃତୀୟ ସ୍ଥାନକୁ ନେବା ପାଇଁ କୋ÷ଣସି ବିଦେଶୀ ସାମଗ୍ରୀ ବ୍ୟବହାର କରିବା ନାହିଁ । ଆମକୁ ଆମ ବ୍ରାଣ୍ଡ ମେଡ୍ ଇନ୍ ଇଣ୍ଡିଆ ପ୍ରତି ଗର୍ବ ଅନୁଭୂତ କରିବା ଉଚିତ ବୋଲି କହିଛନ୍ତି ମୋଦି । ଚୀନକୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଯେ ଛୋଟ ଆଖି ଥିବା ଗଣେଶ ମଧ୍ୟ ଆମକୁ ବାହାରୁ କିଣିବାକୁ ପଡ଼ିଛୁ । ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ କରିବା ଅପିଲ ପରେ ଦେଶରେ ହଟଚମଟ ସୃଷ୍ଟି ହୋଇଛି ।