Masthead

ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ

ନୂଆଦିଲ୍ଲୀ  ( ବଡ଼ ଖବର ବ୍ୟୁରୋ ରିପୋର୍ଟ ): ପ୍ରଧାନମନ୍ତ୍ରୀଙ୍କ ବଡ଼ ସନ୍ଦେଶ । ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ଦେଶବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ଗାନ୍ଧିନଗରରେ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଆଲୋଚନା କରିଥିବା ବେଳେ ଏଭଳି କହିଛନ୍ତି ମୋଦି ।

ଭାରତୀୟ ନାଗରିକ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଅପରେସନ ସିନ୍ଦୂର ପାଇଁ ଏକ ଛୋଟ ପଦକ୍ଷେପ ନେବା । ଘରେ ପହଂଚି ବିଦେଶୀ ସାମଗ୍ରୀର ତାଲିକା ପ୍ରସ୍ତୁତ କରିବା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେଉଁଭଳି ଭାବେ ବିଦେଶୀ ସାମଗ୍ରୀ ବ୍ୟରବହାର କରୁଛେ । ଘରେ ଥିବା ହେୟାରପିନ୍, ଟୁଥ୍ପିନ୍ ପରି ସାମଗ୍ରୀ ଭଳି ବିଦେଶୀ ଜିନିଷକୁ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ଦେଶର ବିକାଶ, ଦେଶକୁ ତିଆରି କରିବା ଓ ଆଗକୁ ବଢାଇବା ଦିଗରେ ଏହା ସହାୟକ ହେବ । ଅପରେସନ ସିନ୍ଦୂର କେବଳ ସୈନିକ ମାନଙ୍କର କର୍ତ୍ତବ୍ୟ ନୁହେଁ । ଅପରେସନ ସିନ୍ଦୂର ୧୪୦ କୋଟି ନାଗରିକ ମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ ।

ବ୍ୟବସାୟୀ ମାନେ ବିଦେଶୀ ସାମଗ୍ରୀ ବିକି୍ର କରିବା ଉଚିତ ନୁହେଁ । ମୋଦି କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଏବଂ ଅର୍ଥନୀତିକୁ ତୁରନ୍ତ ଚତୁର୍ଥ ସ୍ଥାନରୁ ତୃତୀୟ ସ୍ଥାନକୁ ନେବା ପାଇଁ କୋ÷ଣସି ବିଦେଶୀ ସାମଗ୍ରୀ ବ୍ୟବହାର କରିବା ନାହିଁ । ଆମକୁ ଆମ ବ୍ରାଣ୍ଡ ମେଡ୍ ଇନ୍ ଇଣ୍ଡିଆ ପ୍ରତି ଗର୍ବ ଅନୁଭୂତ କରିବା ଉଚିତ ବୋଲି କହିଛନ୍ତି ମୋଦି । ଚୀନକୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଯେ ଛୋଟ ଆଖି ଥିବା ଗଣେଶ ମଧ୍ୟ ଆମକୁ ବାହାରୁ କିଣିବାକୁ ପଡ଼ିଛୁ । ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ କରିବା ଅପିଲ ପରେ ଦେଶରେ ହଟଚମଟ ସୃଷ୍ଟି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି