Masthead

ରାଜଧାନୀରେ ପାଣି ଲିଟର ୧୦୨ ଟଙ୍କା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ ପାଣି ଲିଟର ପିଛା ୧୦୨ ଟଙ୍କା। ଶୁଣିବାକୁ ଟିକେ ଅଲଗା ଲାଗୁଥିବ କିନ୍ତୁ ଏହା ସତ। ତେଲ ନୁହେଁ ପାଣି ଲିଟର ପିଛା ୧୦୨ ଟଙ୍କା। ଇଏ ସେହି ପାଣି ଯାହା ପେଟ୍ରୋଲ ପମ୍ପରେ ମିଳୁଛି । ତେଲ ଦର ନେଇ ଦେଉଛନ୍ତି ପାଣି । ସରକାର ତେଲରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଆୟ କରୁଥିବା ବେଳେ ତେଲ ଟାଙ୍କି ଦ୍ୱାରା ଲୁଟର ଶିକାର ହେଉଛନ୍ତି ସାଧାରଣ ଜନତା। ତେଲରେ ପାଣି ମିଶାଇ ଲୁଟ କରୁଥିବା ଅଭିଯୋଗ ଆଣିଛନ୍ତି କିଛି ଲୋକ।

ତେଲ ଟାଙ୍କିରେ ତେଲ ପକାଇବା ପରେ କିଛି ଲୋକଙ୍କର ଗାଡ଼ି ଷ୍ଟାର୍ଟ ହେଉନି। ଗ୍ୟାରେଜରେ ଦେଖାଇବା ପରେ କାର୍ବୋରେଟରରେ ପାଣି ପଶିଥିବା କହୁଛନ୍ତି ମେକାନିକ। ସଫାକରି ପୁଣି ଷ୍ଟାର୍ଟ କରିବାରୁ ବାରମ୍ବାର ବନ୍ଦ ହେଉଛି ଗାଡି। ଟାଙ୍କିରେ କିଛି ମଇଳା ଥିବା ସନ୍ଦେହ କରି ଟାଙ୍କି ଏବଂ ତେଲ ପାଇପ ଖୋଇଲା ବେଳକୁ ବାହାରୁଛି ପାଣି। ଯାହା ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ଚାଳକ ଜଣଙ୍କ। କିନ୍ତୁ ଆଶ୍ଚର୍ୟ୍ୟ ହୋଇନଥିଲେ ମେକାନିକ। ତାଙ୍କ କହିବା ଅନୁସାରେ ଗତ କିଛି ମାସ ହେବ ଏମିତି ଅନେକ ଗାଡି ଟାଙ୍କିରୁ ପାଣି ବାହାରୁଛି। ଏଥିରେ ତେଲ ଟାଙ୍କିର ଅବହେଳା ଅଥବା ସମ୍ପୃକ୍ତି ଥିବା କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା