Masthead

ଆଫଗାନିସ୍ତାନରେ ଯୁଦ୍ଧ ଏବେ ଶେଷ: ତାଲିବାନ ମୁଖପାତ୍ର

କାବୁଲ(ବଡ଼ ଖବର ବ୍ୟୁରୋ): ପଞ୍ଜଶିରକୁ ନେଇ ତାଲିବାନ ଏବେ ବଡ ଦାବି କରିଛି । ତାଲିବାନ ପଞ୍ଜଶିରକୁ ସମ୍ପୂର୍ଣ୍ଣ କବଜା କରିନେଇଥିବା ବେଳେ ନିଜର ସମ୍ପୂଣ୍ଣ ନିୟନ୍ତ୍ରଣ ଦାବି କରିଛି । ପୂର୍ବରୁ କେବଳ ପଞ୍ଜଶିରକୁ ଛାଡି ତାଲିବାନ ଦେଶର ସବୁ ସ୍ଥାନରେ ବିଜୟ ପତାକା ଉଡାଇଥିଲା । ହେଲେ ଆଜି ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସକୁ ପରାସ୍ତ କରି ନିଜର ପତାକା ଉଡାଇବା ସହ ବିଜୟ ଘୋଷଣା କରିଛି ।

ଏପଟେ ତାଲିବାନର ମୁଖପାତ୍ର ଜାବିଦୁଲ୍ଲା ମୁଜାହିଦ କହିଛନ୍ତି ଯେ,ଆଫଗାନିସ୍ତାନରେ ଏବେ ଯୁଦ୍ଧ ସମାପ୍ତ ହୋଇଛି । ଦେଶର ପୁନଃ ନିର୍ମାଣ ପାଇଁ ମିଳିତ ଭାବେ କାମ କରିବେ । ପଞ୍ଜଶିର ଦଖଲ କରିବା ପରେ ଆଫଗାନରେ ଚାଲିଥିବା ଯୁଦ୍ଧ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ସେ କହିଛନ୍ତି ।

କିଛି ଦିନ ମଧ୍ୟରେ ନୂତନ ସରକାର ଗଠନ କରିବା ନେଇ ଘୋଷଣା କରାଯିବ ବୋଲି କହିଛନ୍ତି ଜାବିଦୁଲ୍ଲା ମୁଜାହିଦ୍ । ଏହାପୂର୍ବରୁ ଆଜି ତାଲିବାନ ଘୋଷଣା କରିଥିଲା ଯେ ପଞ୍ଜଶିର ହେଉଛି ଶେଷ ଆଫଗାନିସ୍ତାନ ପ୍ରଦେଶ ଯାହାକୁ କବଜା କରିବା ବାକିଥିଲା । ଅନେକ ବିଦ୍ରୋହ ପରେ ତାଲିବାନ ଶେଷରେ ପଞ୍ଜଶିରକୁ କବଜା କରିନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର