Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।

ଭାରତ ସରକାର କରୁଛନ୍ତି ନାଗରିକଙ୍କ ଫୋନ ହ୍ୟାକ!

0 13

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର ସହ ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ମିଳିତ ଭାବେ ପେଗାସସ୍‌ ସ୍ପାଇୱେୟାର ଉପରେ ଯାଞ୍ଚ କରିଥିଲେ। ଏହି ସମୟରେ ସମଗ୍ର ବିଶ୍ୱର ପ୍ରାୟ ୫୦ ହଜାର ଫୋନ ନମ୍ବର ଏହି ସ୍ପାଇୱେୟାର ଟାର୍ଗେଟରେ ରହିଥିବା ଖବର ମିଳିଛି। ଭାରତରେ ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପେଗାସସ୍ ଟାର୍ଗେଟରେ ଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ସ୍ପାଇୱେୟାରକୁ ତିଆରି କରିଥିବା କମ୍ପାନୀ କେବଳ ସରକାରୀ ଏଜେନ୍ସିକୁ ଏହା ବିକ୍ରି କରିଥାଏ। ତେଣୁ ଭାରତ ସରକାର ବିରୋଧୀ, ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି ଓ ମନ୍ତ୍ରୀମାନଙ୍କ ଉପରେ ଗୁଇନ୍ଦାଗିରି କରିବାକୁ ଏହାର ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ହେଲେ ସରକାର ଏହାକୁ ଖଣ୍ଡନ କରିବା ସହ ଦେଶକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଥିଲା ଭାରତ ସରକାର କେତେକ ସାମ୍ବାଦିକ, ନେତାଙ୍କ ଫୋନ୍ ହ୍ୟାକ୍ କରିଛନ୍ତି । ୪୦ରୁ ଅଧିକ ସାମ୍ବାଦିକ ଫୋନ୍ ହ୍ୟାକ କରାଯାଇଥିବା ଦାବି କରାଯାଇଥିଲା । କେତେକ ମୋବାଇଲର ଫରେନ୍ସିକ ଯାଞ୍ଚ ହୋଇଥିବା ନେଇ ‘ଦ ପେଗାସସ ପ୍ରୋଜେକ୍ଟ’ ନାମରେ ଏହି ଖବର ପ୍ରକାଶିତ ହୋଇଥିଲା । ଯେଉଁଥିରେ କେବଳ ଭାରତ ନୁହେଁ ଦୁନିଆର ଅନେକ ଦେଶରେ ହଜାର ହଜାର ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.