Masthead

ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ଆସିଥାନ୍ତି: ଅମିତାଭ ଠାକୁର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ହାଇଆର୍ଲଟ ଜାରି କରାଯାଇଛି ।୫ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ବରଗଡ଼ ଓ କଳାହାଣ୍ଡିରେ ହାଇଆଲର୍ଟ ଜାରି କରାଯାଇଛି । ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି ବୋଲି କହିଛନ୍ତି ଏଡିଜି ଅପରେସନ ଅମିତାଭ ଠାକୁର । ମାଓବାଦୀ ହାମଲା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନ ଆସିବେ ସେ ନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।

ସୀମାନ୍ତ ଜିଲ୍ଲାର ଏସପି ମାନଙ୍କ ସହ ପୋଲିସ ଡିଜି ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି ବୋଲି କହିଛନ୍ତି ଅମିତାଭ । ଯେତେବେଳେ ମହିଳା ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ କହିଛନ୍ତି । ଏଭଳି ଘୃଣ୍ୟ କାର୍ୟ୍ୟକୁ ନିନ୍ଦା କରିଛନ୍ତି ଅମିତାଭ ଠାକୁର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?