Masthead

କରୋନା କବଳରେ ଆଇଆଇଟି ରୁରକି

ଡେରାଡୁନ (ବଡ଼ ଖବର ବ୍ୟୁରୋ): କରୋନା କବଳରେ ଉତ୍ତରାଖଣ୍ଡର ଆଇଆଇଟି ରୁରକି । ଏଠାରେ ପାଖାପାଖି ୯୦ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତମାନେ ନିଜ ନିଜ ଘରୁ ଆସି କଲେଜରେ ଯୋଗ ଦେଇଥିବା ଜଣାପଡ଼ିଛି। ଏପ୍ରିଲ ୭ ସୁଦ୍ଧା ଏହି କଲେଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ବିଗତ ଦୁଇ ଦିନ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଏ ନେଇ ସୂଚନା ଦେଇଛନ୍ତି ଆଇଆଇଟି ରୁରକୀର ମିଡିଆ ସେଲ୍ ଇନ୍ ଚାର୍ଡ ସୋନିକା ଶ୍ରୀବାସ୍ତବ।

ସଂକ୍ରମିତ ସମସ୍ତ ଛାତ୍ରଛାତ୍ରୀଙ୍କୁ କୋଭିଡ ସେଣ୍ଟରରେ ରଖାଯାଇଛି । ଯେ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ନଆସିବ ସେ ପର୍ଯ୍ୟନ୍ତ ବାରଣ କରାଯାଇଛି । ବର୍ତ୍ତମାନ ହଷ୍ଟେଲକୁ ସିଲ କରିବା ସହ ସାନିଟାଇଜକୁ ଗୁରୁତ୍ୱ ଦିଆଯାଉଛି । ଏବେ ସୁଦ୍ଧା ୬୦୦ରୁ ଅଧିକ ଛାତ୍ରାଛାତ୍ରୀଙ୍କ ନମୁନା ଟେଷ୍ଟ କରାଯିବ । ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନଙ୍କର ଟେଷ୍ଟ କରାଯାଉଛି । ଦରକାର ପଡିଲେ ପୂରା କଲେଜକୁ ବିଶୋଧନ କରାଯିବ । କଲେଜ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ କେନ୍ଦ୍ର ଖୋଲାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ