Masthead

ଘେରିଲେ ଏନଏସି ଅଫିସ

କୋଣାର୍କ (ବଡ଼ ଖବର ବ୍ୟୁରୋ): ୧୦ ଦଫା ଦାବି ନେଇ ଏନଏସି ଅଫିସ ଘେରାଉ କରିଛନ୍ତି ଜନସାଧାରଣ । କୋଣାର୍କ ଏନଏସିର ୧୩ ନମ୍ବର ୱାର୍ଡ ବେରୁହଁ ଗ୍ରାମର ଲୋକମାନେ ଆଜି ଏନଏସି ଅଫିସ ଘେରାଉ କରିଥିଲେ। ବିଜୁଳି, ରାସ୍ତା, ଜମିଜମା, ଆବାସ ଯୋଜନାରେ ପକ୍କାଘର, ପୋଖରୀ ଖନନ, କମ୍ୟୁନିଟି ଟଏଲେଟ ନିର୍ମାଣ ପ୍ରଭୃତି ସମସ୍ୟାର ସମାଧାନ କରିବାକୁ ଗ୍ରାମର ଲୋକମାନେ ଅନେକ ସମୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଆସୁଥିଲେ । ମାତ୍ର ସମସ୍ୟାର ସମାଧାନ ହେଉନଥିବାରୁ ଗ୍ରାମର ଲୋକମାନେ ବାଧ୍ୟ ହୋଇ ଆଜି ଏନଏସି ଅପିସର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯଦି ଆଗାମୀ ଦିନରେ ସରକାର ଦାବି ପୂରଣ ନକରନ୍ତି ତେବେ ଏନଏସିର ସମସ୍ତ ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ ବୋଲି ପୂର୍ବତନ କାଉନସିଲର ସୁକାନ୍ତ ମହାନ୍ତି କହିଛନ୍ତି ।

କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ କହିଛନ୍ତି, ସେ ବେରୁହଁ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, କିନ୍ତୁ ସରକାର ସେମାନଙ୍କ ଜମିଜମା ସମସ୍ୟା ଉପରେ ବିଚାର କରୁଛନ୍ତି । ଖୁବଶୀଘ୍ର ଜମିଜମା ସମସ୍ୟା ଦୂର କରିବା ସହ ଲୋକମାନଙ୍କ ୧୦ ଦଫା ଦାବି କିଭଳି ପୂରଣ କରାଯିବ ତାହା ଉପରେ ଧ୍ୟାନ ଦିଆଯିବ। ୧୩ ନମ୍ବର ୱାର୍ଡକୁ ୧୨ ବିବେଚନା କରୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କିଭଳି ଲୋକଙ୍କ ସମସ୍ୟା ଦୂର କରୁଛନ୍ତି ତାହାକୁ ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି