ଉପନିର୍ବାଚନ ପରେ ବଢୁଛି ନିର୍ବାଚନୀ ହିଂସା

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ସରିଛି ଉପନିର୍ବାଚନ । କିନ୍ତୁ ଥମୁନି ନିର୍ବାଚନୀ ହିଂସା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଫାଣ୍ଡି ଦାଇଁଲୋ ପଞ୍ଚାୟତରେ ଘଟିଛି ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ। ଦୀପାବଳି ଦିନ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଗତକାଲି ଏହା ଉଗ୍ରରୂପ ନେଇଥିଲା। ଦାଇଁଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ କୁମାର ବାରିକଙ୍କ ଇଙ୍ଗିତରେ ପୋସଲ ଗ୍ରାମର କୋଡ଼ିଏରୁ ଊର୍ଦ୍ଧ୍ୱ ଲୋକ ଗତକାଲି ପ୍ରତିପକ୍ଷ ଦୀପକ ସାହୁଙ୍କୁ ଶଙ୍ଖେଶ୍ୱରଠାରେ ଆକ୍ରମଣ କରିଥିଲେ। ସୌଭାଗ୍ୟବସତଃ ଦୀପକ ଆକ୍ରମଣକାରୀଙ୍କ କବଳରୁ ଖସିଯାଇଥିଲେ।

ପ୍ରତିଶୋଧ ପରାୟଣ ହୋଇ ଲୋକମାନେ ହାବେଳି ଗ୍ରାମରେ ଦୀପକଙ୍କ ଘରେ ପଶି ଦୀପକ, ତାଙ୍କ ୫୬ ବର୍ଷୀୟ ମା’ କବିତା ସାହୁ ଓ ସାନଭାଇ ପୁଷ୍ପକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୀପକଙ୍କ ମା’ ଓ ଭାଇ ଗୁରୁତର ଆହତ ହୋଇ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ କ୍ରିଷ୍ଣାନନ୍ଦପୁର ଫାଣ୍ଡି ପୋଲିସ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଘଟଣାର କାର୍ପଟଦାର କୁହାଯାଉଥିବା କ୍ଷୀରୋଦ କୁମାର ବାରିକ ଓ ପୋସଲ ଗ୍ରାମର ଅରକ୍ଷିତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏହି ମାମଲାରେ ସମ୍ପୃକ୍ତ ପୋସଲ ଗ୍ରାମର ଅନ୍ୟ ୧୮ ଅଭିଯୁକ୍ତ ଫେରାର ଅଛନ୍ତି। ସେପଟେ ଗୁରୁତର ଆହତ ମା’ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’