Masthead

ଜିଲ୍ଲାପାଳ ସାଲେନୀଙ୍କୁ ଖୋଜୁଛନ୍ତି ମାନସିକ ରୋଗୀ କୁମାରୀ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଦଶପଲ୍ଲା ଅଞ୍ଚଳରୁ ଉଦ୍ଧାର କରାଯାଇଛି ଜଣେ ମାନସିକ ରୋଗୀକୁ । ତାଙ୍କୁୁ ସ୍ଥାନୀୟ ଲୋକେ ପଚରାଉଚରା କରିବାରୁ ଜଣାପଡିଲା ସେ ଜିଲ୍ଲାପାଳ ସାଲେନୀ ପଣ୍ଡିତଙ୍କୁ ଖୋଜୁଛନ୍ତି । କାହିଁକି ଖୋଜୁଛି ସେ ଜିଲ୍ଲାପାଳଙ୍କୁ । ଘଟଣାର ଖିଅ ଖୋଜିବାରୁ ଜଣାପଡ଼ିଲା ଦିନେ ତାକୁ ସାହାର୍ଯ୍ୟର ହାତ ବଢାଇଥିଲେ ତତକାଳୀନ ଜିଲ୍ଲାପାଳ ପଣ୍ଡିତ ।
ବୌଦ୍ଧ ସହର ସାନବଙ୍କାପଡ଼ା ଗ୍ରାମର ଏହି ମହିଳା କୁମାରୀ ମେହେରଙ୍କ ପରିବାର କହିଲେ ୨ ଭାଇ ଓ ୪ ଭଉଣୀ । କୁମାରୀ ସମସ୍ତଙ୍କ ଠାରୁ ବଡ଼ । କୁମାରୀ ବୌଦ୍ଧ ଜିଲ୍ଲା ମଧୁରା ପଞ୍ଚାୟତ କେଲାକଟା ଗାଁରେ ବିବାହ କରିଥିଲେ । ତାଙ୍କ ଜନ୍ମିତ ଝିଅର ମୃତ୍ୟୁ ପରେ ଶାଶୁଘର ଲୋକଙ୍କ ଅତ୍ୟାଚାର ସହି ନ ପାରି ସେ ବାପାଘରକୁ ପଳାଇ ଆସିଥିଲେ । ମାତ୍ର ପାରିବାରିକ ସମସ୍ୟାରୁ ବୌଦ୍ଧ ନିକଟ ବୁଟୁପାଲ୍ଲୀରେ ଥିବା ନାରାୟଣପୁର ଅନାଥ ଆଶ୍ରମରେ ସେ ରହିଥିଲେ । ସେହି ସମୟରେ ଥିବା ଜିଲ୍ଲାପାଳ ସାଳିନ୍ ପଣ୍ଡିତ ଆଶ୍ରମକୁ ପରିଦର୍ଶନରେ ଆସିଥିଲେ । କୁମାରୀଙ୍କୁ ଦେଖି ଜିଲ୍ଲାପାଳ ପଣ୍ତିତ୍ ତାଙ୍କୁ ଘର କାର୍ଯ୍ୟ କରିବା ପାଇଁ ଆଶ୍ରମରୁ ନେଇ ଆସିଥିଲେ । ଏପରି କି ଜିଲ୍ଲାପାଳ କୁମାରୀ ନାଁରେ କିଛି ଟଙ୍କା ରଖିଥିଲେ । ଯାହାକୁ ହାତେଇବା ଲାଗି ତାଙ୍କୁ ଭାଇମାନେ ଘରକୁ ନେଇଥିଲେ । ଆଉ ସମସ୍ତ ଟଙ୍କା ଖର୍ଚ୍ଚ କରି ଆରମରେ ରହିଥିଲେ । ମାତ୍ର କୁମାରୀର ସେମାନେ ଦେଖାଶୁଣା କରିନଥିଲେ । ଫଳରେ କୁମାରୀ ମାନସିକ ରୋଗୀ ପାଲଟି ଯାଇଥିଲେ । ଏଭଳି ସ୍ଥିତିରେ ପରିବାର ଲୋକେ ତାଙ୍କୁ ଆଣି ଦଶପଲ୍ଲାରେ ଛାଡି ଦେଇଥିବା ଜଣାପଡ଼ିଛି । କୁମାରୀ ଜିଲ୍ଲାପାଳଙ୍କ ଠିକଣା ପାଇଲେ ପୁଣି ଥରେ ନୂଆ ଜୀବନ ପାଇବେ ବୋଲି ଅ।।ଶା ରଖିଥିବା ଜଣାପଡ଼ିଛି । କୁମାରୀଙ୍କୁ ଉଦ୍ଧାର କରିଥିବା ବଡ଼ ଖବରର ପ୍ରତିନିଧି ତାଙ୍କର ରହିବାର ବ୍ୟବସ୍ଥା କରିବା ସହ ଘରକୁ ପଠାଇବାର ଯୋଜନା କରୁଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ