Masthead

ଚନ୍ଦନ କାଠ ଜବତ, ୩ ଗିରଫ

ଟାଙ୍ଗୀ-ଚୌଦ୍ୱାର(ବଡ଼ ଖବର ବ୍ୟୁରୋ): କଟକ ବନ୍ୟାଞ୍ଚଳ ଡାଳିଯୋଡା ରେଞ୍ଜ ସଫା ଜଙ୍ଗଲରୁ ୪ କ୍ବିଣ୍ଟାଲରୁ ଉଦ୍ଧ୍ୱର୍ ଚନ୍ଦନ କାଠ ଜବତ କରାଯାଇଛି । ଏଥିପାଇଁ ୩ଜଣଙ୍କୁ ଅଟକ ରଖାଯାଇଛି । ଏସଟିଫ ଓ ଟାଙ୍ଗୀ ପୋଲିସର ମିଳିତ ଚଢାଉରେ କାଠକୁ ଜବତ କରାଯାଇଛି । ଏସଟିଫ ଅଧିକାରୀମାନେ ବେପାରୀ ବେଶରେ ଯାଇ କାଠ ମାଫିଆଙ୍କ ପାଖରେ ପହଞ୍ଚିଥିଲେ । ସେମାନେ ମାଫିଆଙ୍କ ସହ କାଠର ମୂଲଚାଲ କରିଥିଲେ । ପୂର୍ବ ଯୋଜନା ମୁତାବକ ଟାଙ୍ଗୀ ପୋଲିସ ଓ ଏସଟିଫ ଟିମ କାଠ ମାଫିଆଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୪.୬୦ କ୍ୱିଣ୍ଟାଲ ଚନ୍ଦନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ବୋଲି ଅନୁମାନ କରାଯାଇଛି । ଡାଳିଯୋଡ଼ା ରେଞ୍ଜରେ ଚନ୍ଦନ,ଶାଗୁଆନ କାଠର ଚୋରା ଚାଲଣ ହେଉଥିବା ହେଉଥିବା ଅଭିଯୋଗ ହେଉଛି । ସେପଟେ ବନବିଭାଗ କିଭଳି ମାଫିଆଙ୍କ ସନ୍ଧାନ ପାଉନି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ