Masthead

ଚନ୍ଦନ କାଠ ଜବତ, ୩ ଗିରଫ

ଟାଙ୍ଗୀ-ଚୌଦ୍ୱାର(ବଡ଼ ଖବର ବ୍ୟୁରୋ): କଟକ ବନ୍ୟାଞ୍ଚଳ ଡାଳିଯୋଡା ରେଞ୍ଜ ସଫା ଜଙ୍ଗଲରୁ ୪ କ୍ବିଣ୍ଟାଲରୁ ଉଦ୍ଧ୍ୱର୍ ଚନ୍ଦନ କାଠ ଜବତ କରାଯାଇଛି । ଏଥିପାଇଁ ୩ଜଣଙ୍କୁ ଅଟକ ରଖାଯାଇଛି । ଏସଟିଫ ଓ ଟାଙ୍ଗୀ ପୋଲିସର ମିଳିତ ଚଢାଉରେ କାଠକୁ ଜବତ କରାଯାଇଛି । ଏସଟିଫ ଅଧିକାରୀମାନେ ବେପାରୀ ବେଶରେ ଯାଇ କାଠ ମାଫିଆଙ୍କ ପାଖରେ ପହଞ୍ଚିଥିଲେ । ସେମାନେ ମାଫିଆଙ୍କ ସହ କାଠର ମୂଲଚାଲ କରିଥିଲେ । ପୂର୍ବ ଯୋଜନା ମୁତାବକ ଟାଙ୍ଗୀ ପୋଲିସ ଓ ଏସଟିଫ ଟିମ କାଠ ମାଫିଆଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୪.୬୦ କ୍ୱିଣ୍ଟାଲ ଚନ୍ଦନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ବୋଲି ଅନୁମାନ କରାଯାଇଛି । ଡାଳିଯୋଡ଼ା ରେଞ୍ଜରେ ଚନ୍ଦନ,ଶାଗୁଆନ କାଠର ଚୋରା ଚାଲଣ ହେଉଥିବା ହେଉଥିବା ଅଭିଯୋଗ ହେଉଛି । ସେପଟେ ବନବିଭାଗ କିଭଳି ମାଫିଆଙ୍କ ସନ୍ଧାନ ପାଉନି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା