Masthead

କର୍କଟ ରୋଗର ଘରୋଇ ଉପଚାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କର୍କଟ ରୋଗ ଏକ ବଡ଼ରୋଗ । ଏହି ରୋଗ ହେଲେ ଅଧିକାଂଶ ଲୋକେ ମୃତ୍ୟୁମୁଖରେ ପଡିଥାନ୍ତି । ମୁଖ୍ୟତଃ ଆଜି କାଲିର ଜୀବନଶୈଳୀ ବା ଖରାପ ଖାଦ୍ୟ ଖାଇବା ଦ୍ୱାରା କର୍କଟ ରୋଗ ହୋଇଥାଏ । ତେବେ କର୍କଟ ରୋଗରୁ ନିରୋଗ ଲାଗି ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ସମ୍ପର୍କରେ ଜଣାଇବୁ ।

ପିତା ଜାତୀୟ ଖାଦ୍ୟ
ଖାଦ୍ୟ ଏବଂ ପାନୀୟ ଜଳର ଯତ୍ନ ନେଲେ ଏହି ରୋଗକୁ ଏହାଇଯାଇପାରିବ । କଲରା ଜୁସ୍ ବା କଲରା ଗୁଣ୍ଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଅନେକ ଗବେଷଣାରେ ଏହା ଦାବି କରାଯାଇଛି ଯେ ଶରୀରରେ କର୍କଟ କୋଷର ବୃଦ୍ଧିକୁ ରୋକିବାରେ କଲରା ଗୁଣ୍ଡ ସହାୟକ ହୋଇଥାଏ। ଏଣୁ କର୍କଟ ରୋଗକୁ ରୋକିବା ପାଇଁ ଖାଦ୍ୟରେ କଲରା ବା ପତା ଜାତୀୟ ଖାଦ୍ୟକୁ ଅନ୍ତର୍ଭୁକ୍ତ କରନ୍ତୁ ।

ଲୋଟସ କାକୁଡ଼ି
ଲୋଟସ୍ କାକୁଡିରେ ପୁଷ୍ଟିକର ଖାଦ୍ୟ ଭରପୂର ରହିଥାଏ । ଏହା ଖାଇବା ଦ୍ୱାରା ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବହୁତ କମିଯାଏ ଓ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଯାହାକି କର୍କଟ ରୋଗୀଙ୍କ ଲାଗି ଅତ୍ୟନ୍ତ ଆବଶ୍ୟକ ।

ଗ୍ରୀନ ଟି
ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଅନେକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ଗ୍ରୀନ୍ ଟି ପିିଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା କମିଯାଏ । ଓଜନ କମାଇବା ପାଇଁ ଗ୍ରୀନ୍ ଟି ମଧ୍ୟ ନିତାନ୍ତ ଆବଶ୍ୟକ ।

ଡାଳିମ୍ବ
ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଡାଳିମ୍ବ ପ୍ରତିଦିନ ଖାଇବା ଉଚିତ୍ । ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଡାଳିମ୍ବ ଖାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା କମିଯାଏ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ଡ୍ରାଗନ ଫଳ
ଡ୍ରାଗନ୍ ଫଳ ପ୍ରଚୁର ପରିମାଣରେ ଭିଟାମିନ୍ ସି ମିଳିଥାଏ, ଯାହା ଟ୍ୟୁମରର ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ । ଡ୍ରାଗନ୍ ଫଳରେ ନାଲି ରଙ୍ଗର ଅଂଶ ଖାଇବା ଦ୍ୱାରା ପ୍ରୋଷ୍ଟେଟ୍ କର୍କଟ ହେବାର ଆଶଙ୍କା ଯଥେଷ୍ଟ କମିଯାଏ ।

ହଳଦି
ହଳଦିରେଅନେକ ଗୁଡ଼ିଏ ଔଷଧୀୟ ଗୁଣ ରହିଥାଏ । ଯାହା ସେବନ କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ