Masthead

ଓରମାସ ପାଲଟିଛି ଭୂତକୋଠୀ

କଙ୍କଡାହାଡ(ବଡ଼ ଖବର ବ୍ୟୁରୋ): ଘଞ୍ଚ ଜଙ୍ଗଲ ଘେରା ଦୁର୍ଗମଅଞ୍ଚଳରୁ ଶାଳପତ୍ର ସଂଗ୍ରହ କରି ଖଲି ତିଆରି କରି ଜୀବନ ନିର୍ବାହ କରୁଥିବା ମହିଳାଙ୍କୁ ସ୍ୱାବଲମ୍ବୀ କରିବାପାଇଁ ସ୍ଥାପିତ ହୋଇଥିଲା ଖଲି ତିଆରି ପ୍ରଶିକ୍ଷଣ । ତାଲିମକେନ୍ଦ୍ର ୨୦୦୧ମସିହାରେ ସ୍ଥାପିତ ହୋଇଥିଲା । ସେତେବେଳେ ମହିଳା ମାନଙ୍କୁ ଖଲି ତିଆରିପାଇଁ ମେସିନ ପ୍ରଦାନ କରାଯାଇଥିଲା । ଏବେ ଏହି ତାଲିମକେନ୍ଦ୍ର ପାଲଟିଛି ଭୂତକୋଠୀ । କଙ୍କଡାହାଡ ବ୍ଲକ କରଗୋଳାରେ ତତ୍ତ୍କାଳିନ ବିଧାୟକ ଧମେନ୍ଦ୍ର ପ୍ରଧାନ ଓ ବ୍ଲକ ବିଡିଓ ଭାଗିରଥୀ ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । କେନ୍ଦ୍ରରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ, ସୁଲଭଶୌଚାଳୟ ରହିଛି । ଦୁଇ ହଜାରରୁ ଅଧିକ ମହିଳା ଆତ୍ମନିର୍ଭର କରୁଥିଲେ । ମହିଳା ଗୋଷ୍ଠୀ ମାଧ୍ୟମରେ ଯେଉଁ ମେସିନ୍ ଦିଆଯାଇଥିଲା ତାହା ଏବେ ନଷ୍ଟ ହୋଇ ଗଲାଣି । ଏହି ଓରମାସ ଦ୍ୱାରା ହଜାର ହଜାର ଖଲି ବାହାର ଜିଲ୍ଲା ଭଦ୍ରକ, ବାଲେଶ୍ୱରକୁ ବିକ୍ରି ହେବାପାଇଁ ଯାଇଥାଏ। ଜୀବନ ଜୀବିକା ହରାଇ ହାତ ବାନ୍ଧି ବସିଛନ୍ତି ମହିଳା । ଏବେ ଏହି ଓରମାସ ପାଲଟିଛି ଭୂତକୋଠୀ । କିଛି ସ୍ଥାନୀୟ ଯୁବକଙ୍କ ଦ୍ୱାରା ଏହା ତାଲା ପଡିଛି ଓ ଭିତରେ ବିଦ୍ୟୁତ ବିଭାଗର ସଂରଜାମ ସଂରକ୍ଷିତ ଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼