Masthead

ଆଜି ମାଣବସା ଗୁରୁବାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନମସ୍ତେ ନମସ୍ତେ ମାଗୋ ସାଗର ଦୁଳଣୀ ନମସ୍ତେ ନମସ୍ତେ ମାଗୋ ବିଷ୍ଣୁ ଘରଣୀ । ଆଜି ସକାଳୁ ସକାଳୁ ପ୍ରାୟ ପ୍ରତିଟି ଘରୁ ଶଭୁଥିଲା ଏହି ଜଣାଣ । ସଞ୍ଜ ନଇଁବା ପରେ ପୁଣି ପ୍ରତିଧ୍ୱନୀ ହେବ ଅଭୟଦାୟୀନି ମା ଲକ୍ଷ୍ମୀ ପୁରାଣ ।
ମର୍ଗଶିର ମାସ ଗୁରୁବାର ଘରେ ବାହାରେ ସବୁଠି ହସ ଖୁସିର ମାହୋଲ । କ୍ଷେତରେ ପାଚିଲା ଧାନ଼ , ଆଉ ବାଡ଼ି ବଗିଚାରେ ଭଳିକି ଭଳିକି ଗେଣ୍ଡୁ ଫୁଲର ପସରା । ଓଡ଼ିଆଣୀମାନେ ଭକ୍ତି ଓ ନିଷ୍ଠାର ସହ ଅନ୍ନଦାତ୍ରୀ ମା ଲକ୍ଷ୍ମୀଙ୍କୁ କରନ୍ତି ଆବାହାନ । ବୁଧବାରରୁ ଆରମ୍ଭ ହୁଏ ପ୍ରସ୍ତୁତି । ଘର ଲିପାପୋଛା ସହ ସୁନ୍ଦର ସୁନ୍ଦର ଝୋଟିରେ ଘର ଅଗଣା ଝଲସି ଉଠେ । ଗୁରୁବାର ପ୍ରତିଶରୁ ଆରମ୍ଭ ହୁଏ ମାଙ୍କ ଆରାଧନା । ସଞ୍ଜ ସକାଳେ ମଅଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଏ ।
ପୂଜା ସମୟରେ ପ୍ରତିଟି ଘରୁ ଭାସି ଆସେ ଲକ୍ଷ୍ମୀ ପୁରାଣର ସୁମଧୁର ପଙକ୍ତି ।
ନମସ୍ତେ କମଳା ମାଗୋ ସାଗର ଦୁଲଣୀ ।
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।
ନମସ୍ତେ କମଳା ମାଏ ଅତି ଦୟାବତୀ ।
ସ୍ତାବର ଜଙ୍ଗମ କୀଟ ଆଦି ପାଳୁ ନୀତି ।
ତୋର ଦୟାବଳେ ମାଗୋ ଦରିଦ୍ର ଜନର ।
ହୁଅଇ ଅଚଳ ବିତ ଜିଣଇ କୁବେର ।
ଦ୍ୱାଦଶ ଶତାଦ୍ଦୀରେ ବଳରାମ ଦାସ ରଚନା କରିଥିଲେ ଲକ୍ଷ୍ମୀ ପୁରାଣ । ମା ଲକ୍ଷ୍ମୀଙ୍କୁ ଇତର ଜାତିର ଜଣେ ମହିଳା ଭକ୍ତି ଓ ନିଷ୍ଟାର ପୂଜାର୍ଚ୍ଚନା କରିଥିଲେ । ଆଉ ମା’ ସନ୍ତୁଷ୍ଟ ହୋଇ ଢାଳି ଦେଇଥିଲେ ଅମାପ ଧନ । ଶ୍ରୀମନ୍ଦିର ଛାଡି ମା’ ଇତର ଘରକୁ ଯାଉଥିବାରୁ କ୍ଷୂବ୍ଧ ହୋଇଥିଲେ ବଡ଼ ଠାକୁର । ପରେ ମା’ଙ୍କୁ ଶ୍ରୀମନ୍ଦିର ଛାଡିବାକୁ ପଡିଥିଲା । ମାଙ୍କ ଅଭିଶାପରେ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ୧୨ ବର୍ଷ ଅବସ୍ଥା ହୋଇଥିଲେ ।

ଏହି ମହାନ୍ ଭାବଧାରାକୁ ଅମଳିନ ରଖିବା ପାଇଁ ପ୍ରତିଟି ଘରେ ଘରେ ଆଜି ପାଳନ ହେଉଛି ମାଣବସା । ଲକ୍ଷ୍ମୀଙ୍କର ଧଳାରଙ୍ଗ ପ୍ରତି ବିଶେଷ ଦୁର୍ବଳତା ଥିବାରୁ ଓଡ଼ିଆଣୀମାନେ ମଧ୍ୟ ଧଳା ଲୁଗାପିନ୍ଧି ମା’ଙ୍କୁ ଆରଧନା କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି