Masthead

ଆଜି ମାଣବସା ଗୁରୁବାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନମସ୍ତେ ନମସ୍ତେ ମାଗୋ ସାଗର ଦୁଳଣୀ ନମସ୍ତେ ନମସ୍ତେ ମାଗୋ ବିଷ୍ଣୁ ଘରଣୀ । ଆଜି ସକାଳୁ ସକାଳୁ ପ୍ରାୟ ପ୍ରତିଟି ଘରୁ ଶଭୁଥିଲା ଏହି ଜଣାଣ । ସଞ୍ଜ ନଇଁବା ପରେ ପୁଣି ପ୍ରତିଧ୍ୱନୀ ହେବ ଅଭୟଦାୟୀନି ମା ଲକ୍ଷ୍ମୀ ପୁରାଣ ।
ମର୍ଗଶିର ମାସ ଗୁରୁବାର ଘରେ ବାହାରେ ସବୁଠି ହସ ଖୁସିର ମାହୋଲ । କ୍ଷେତରେ ପାଚିଲା ଧାନ଼ , ଆଉ ବାଡ଼ି ବଗିଚାରେ ଭଳିକି ଭଳିକି ଗେଣ୍ଡୁ ଫୁଲର ପସରା । ଓଡ଼ିଆଣୀମାନେ ଭକ୍ତି ଓ ନିଷ୍ଠାର ସହ ଅନ୍ନଦାତ୍ରୀ ମା ଲକ୍ଷ୍ମୀଙ୍କୁ କରନ୍ତି ଆବାହାନ । ବୁଧବାରରୁ ଆରମ୍ଭ ହୁଏ ପ୍ରସ୍ତୁତି । ଘର ଲିପାପୋଛା ସହ ସୁନ୍ଦର ସୁନ୍ଦର ଝୋଟିରେ ଘର ଅଗଣା ଝଲସି ଉଠେ । ଗୁରୁବାର ପ୍ରତିଶରୁ ଆରମ୍ଭ ହୁଏ ମାଙ୍କ ଆରାଧନା । ସଞ୍ଜ ସକାଳେ ମଅଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଏ ।
ପୂଜା ସମୟରେ ପ୍ରତିଟି ଘରୁ ଭାସି ଆସେ ଲକ୍ଷ୍ମୀ ପୁରାଣର ସୁମଧୁର ପଙକ୍ତି ।
ନମସ୍ତେ କମଳା ମାଗୋ ସାଗର ଦୁଲଣୀ ।
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।
ନମସ୍ତେ କମଳା ମାଏ ଅତି ଦୟାବତୀ ।
ସ୍ତାବର ଜଙ୍ଗମ କୀଟ ଆଦି ପାଳୁ ନୀତି ।
ତୋର ଦୟାବଳେ ମାଗୋ ଦରିଦ୍ର ଜନର ।
ହୁଅଇ ଅଚଳ ବିତ ଜିଣଇ କୁବେର ।
ଦ୍ୱାଦଶ ଶତାଦ୍ଦୀରେ ବଳରାମ ଦାସ ରଚନା କରିଥିଲେ ଲକ୍ଷ୍ମୀ ପୁରାଣ । ମା ଲକ୍ଷ୍ମୀଙ୍କୁ ଇତର ଜାତିର ଜଣେ ମହିଳା ଭକ୍ତି ଓ ନିଷ୍ଟାର ପୂଜାର୍ଚ୍ଚନା କରିଥିଲେ । ଆଉ ମା’ ସନ୍ତୁଷ୍ଟ ହୋଇ ଢାଳି ଦେଇଥିଲେ ଅମାପ ଧନ । ଶ୍ରୀମନ୍ଦିର ଛାଡି ମା’ ଇତର ଘରକୁ ଯାଉଥିବାରୁ କ୍ଷୂବ୍ଧ ହୋଇଥିଲେ ବଡ଼ ଠାକୁର । ପରେ ମା’ଙ୍କୁ ଶ୍ରୀମନ୍ଦିର ଛାଡିବାକୁ ପଡିଥିଲା । ମାଙ୍କ ଅଭିଶାପରେ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ୧୨ ବର୍ଷ ଅବସ୍ଥା ହୋଇଥିଲେ ।

ଏହି ମହାନ୍ ଭାବଧାରାକୁ ଅମଳିନ ରଖିବା ପାଇଁ ପ୍ରତିଟି ଘରେ ଘରେ ଆଜି ପାଳନ ହେଉଛି ମାଣବସା । ଲକ୍ଷ୍ମୀଙ୍କର ଧଳାରଙ୍ଗ ପ୍ରତି ବିଶେଷ ଦୁର୍ବଳତା ଥିବାରୁ ଓଡ଼ିଆଣୀମାନେ ମଧ୍ୟ ଧଳା ଲୁଗାପିନ୍ଧି ମା’ଙ୍କୁ ଆରଧନା କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ