Masthead

ପୁଣି ବିବାଦରେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତ କିଛି ଦିନହେଲୋ ବିବାଦ ଘେରରେ ଫସିଥିବା ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଅ୍ଧମ ଥରେ ଅସୁବିଧାରେ ପଡିଯାଇଛନ୍ତି । ରିପବ୍ଲିକ୍ ଟିଭିର ହିନ୍ଦି ଚ୍ୟାନେଲ ରିପବ୍ଲିକ ଭାରତ ଉପରେ ବ୍ରିଟିଶ ବ୍ରଡକାଷ୍ଟିଙ୍ଗ୍ ରେଗୁଲେଟର ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ରିପବ୍ଲିକ୍ ଟିଭିର ବ୍ରିଟେନରେ ହିନ୍ଦି ଚ୍ୟାନେଲ ରିପବ୍ଲିକ ଭାରତ ଉପରେ ଏହି ଜୋରିମାନା ଲଗାଯାଇଛି । ଉତ୍ତେଜିତ ତଥା ଦଙ୍ଗା ସୃଷ୍ଟିକାରୀ ଖବର ପରିବେଷଣ ଅଭିଯୋଗରେ ଏହି ଫାଇନ୍ ଲଗାଯାଇଛି ।

ଏକ ଆଦେଶ ଜାରି ବେଳେ କୁହାଯାଇଛି, ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ହେôଟ ସ୍ପିଚ୍ ଚାଲିଥିଲା ଏବଂ ଅପମାନଜନକ ଶବ୍ଦ ବୋଲାଯାଇଥିଲା । ବ୍ରିଟିସ୍ ବ୍ରଡକାଷ୍ଟିଂ ରେଗୁଲେଟର ଅଫକମ୍ ଆଦେଶରେ କୁହାଯାଇଛି ଯେ, ତାରିଖରେ ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ଏମିତି ବୟାନ ସାମିଲ ଅଛି ଯାହା ପାକିସ୍ତାନବାସୀଙ୍କ ବିରୋଧରେ ଘୃଣା ସୃଷ୍ଟି କଲା ଭଳି ବକ୍ତବ୍ୟ ଥିଲା । ଏଥିରେ ପାକିସ୍ତାନ ଲୋକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ରହିଥିଲା । ଏହି ଆଦେଶରେ ଦର୍ଶାଯାଇଛି ଯେ ଜାତୀୟତା ଆଧାରରେ ପାକିସ୍ତାନୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା । ଆଦେଶରେ ଆହୁରି କୁହାଯାଇଛି, ଏହି ବୟାନ କାହାର ଭାବନାକୁ ଆଘାତ ଦେଇପାରେ ଏବଂ ଏହା ଅଫକମ ଦୃଷ୍ଟିରେ ଅପରାଧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼