ପୁଣି ବିବାଦରେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତ କିଛି ଦିନହେଲୋ ବିବାଦ ଘେରରେ ଫସିଥିବା ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଅ୍ଧମ ଥରେ ଅସୁବିଧାରେ ପଡିଯାଇଛନ୍ତି । ରିପବ୍ଲିକ୍ ଟିଭିର ହିନ୍ଦି ଚ୍ୟାନେଲ ରିପବ୍ଲିକ ଭାରତ ଉପରେ ବ୍ରିଟିଶ ବ୍ରଡକାଷ୍ଟିଙ୍ଗ୍ ରେଗୁଲେଟର ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ରିପବ୍ଲିକ୍ ଟିଭିର ବ୍ରିଟେନରେ ହିନ୍ଦି ଚ୍ୟାନେଲ ରିପବ୍ଲିକ ଭାରତ ଉପରେ ଏହି ଜୋରିମାନା ଲଗାଯାଇଛି । ଉତ୍ତେଜିତ ତଥା ଦଙ୍ଗା ସୃଷ୍ଟିକାରୀ ଖବର ପରିବେଷଣ ଅଭିଯୋଗରେ ଏହି ଫାଇନ୍ ଲଗାଯାଇଛି ।

ଏକ ଆଦେଶ ଜାରି ବେଳେ କୁହାଯାଇଛି, ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ହେôଟ ସ୍ପିଚ୍ ଚାଲିଥିଲା ଏବଂ ଅପମାନଜନକ ଶବ୍ଦ ବୋଲାଯାଇଥିଲା । ବ୍ରିଟିସ୍ ବ୍ରଡକାଷ୍ଟିଂ ରେଗୁଲେଟର ଅଫକମ୍ ଆଦେଶରେ କୁହାଯାଇଛି ଯେ, ତାରିଖରେ ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ଏମିତି ବୟାନ ସାମିଲ ଅଛି ଯାହା ପାକିସ୍ତାନବାସୀଙ୍କ ବିରୋଧରେ ଘୃଣା ସୃଷ୍ଟି କଲା ଭଳି ବକ୍ତବ୍ୟ ଥିଲା । ଏଥିରେ ପାକିସ୍ତାନ ଲୋକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ରହିଥିଲା । ଏହି ଆଦେଶରେ ଦର୍ଶାଯାଇଛି ଯେ ଜାତୀୟତା ଆଧାରରେ ପାକିସ୍ତାନୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା । ଆଦେଶରେ ଆହୁରି କୁହାଯାଇଛି, ଏହି ବୟାନ କାହାର ଭାବନାକୁ ଆଘାତ ଦେଇପାରେ ଏବଂ ଏହା ଅଫକମ ଦୃଷ୍ଟିରେ ଅପରାଧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ