Masthead

ପାଠ ପାଇଁ ବୟସ ବାଧକ ନୁହଁ

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ବୟସ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସୋଗରପଶି ଅନ୍ତର୍ଗତ ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ । ଯେ ୪୨ ଥରରେ ମାଟ୍ରିକ ଓ ୧୦ ଥର ପରୀକ୍ଷା ଦେବାପରେ ଯୁକ୍ତ ଦୁଇ ପାସ କରିଥିଲେ । ଏବେ ତ୍ରିଲୋଚନକୁ ୬୫ ବର୍ଷ ବୟସ । ଅବସର ନେବାର ଏହି ବୟସରେ ସେ ପାସ୍ କରିଛନ୍ତି ଓକିଲାତି। ଏଲଏଲବି ପରୀକ୍ଷା ଦେଇ କୃତିତ୍ୱ ହାସଲ କରିଛନ୍ତି ସେ ।

ଏହି ସ୍ଥାନରେ ପହଞ୍ଚିବା ପାଇଁ ତାଙ୍କୁ ସାହି ପଡିଶା ଓ ସାଙ୍ଗସାଥୀଙ୍କ କେତେ ଯେ ଟାହି ଟାପରା ଶୁଣିବାକୁ ପଡ଼ିଛି। ତଥାପି ଶେଷକୁ ନିନ୍ଦା ଅପବାଦ ତାଙ୍କୁ ପଛକୁ ଫେରାଇ ପାରିନାହିଁ । ବରଂ ଆଗକୁ ଯିବାର ଖୋରାକ ଯୋଗାଇଛି । ଆଜିର ଯୁବପିଢୀ କୌଣସି ପରୀକ୍ଷାରେ ଗୋଟେ ଦୁଇ ଥର ଅକୃତକାର୍ଯ୍ୟ ହେବାପରେ ନିରାଶ ହୋଇପଡୁଛନ୍ତି। ହେଲେ ତ୍ରିଲୋଚନ ଆଜିର ଯୁବ ସମାଜ ପାଇଁ ଉଦାହରଣ ହୋଇ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା