Masthead

ସାଧୁ ଜେଲରେ ନେତା ବାହାରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିରର ରୋହିଣୀକୁଣ୍ଡ । ନାଗାସାଧୁ ଭକ୍ତଙ୍କୁ ରୋହିଣୀକୁଣ୍ଡ ଦର୍ଶନ କରାଇଥିଲେ । କୋଭିଡି ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପୋଲିସ ଭୁଲିଗଲା ମାନବିକତା । ନାଗାସାଧୁଙ୍କୁ ନିସ୍ତୁକ ପିଟିଲା । ପୋଲିସ ଆଇନକୁ ହାତକୁ ନେବାକୁ ଭୁଲିଲା ନାହିଁ । ଗୁରୁତର ସାଧୁଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲା । ଚିକିତ୍ସା କରାଇ ପୁରୀ କୋର୍ଟକୁ ଚାଲାଣ କଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇଦେଲେ ।

ସେଠାରେ ୧୦ଦିନ ରହିବା ପରେ ପୋଲିସର ରିପୋର୍ଟ ଆଧାରରେ ନାଗାସାଧୁଙ୍କୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି । ନାଗାସାଧୁଙ୍କ ଅପରାଧ କ’ଣ? ଶ୍ରୀମନ୍ଦିରରେ ଭକ୍ତଙ୍କୁ କରାଇଥିଲେ ରୋହିଣୀକୁଣ୍ଡ ଦର୍ଶନ । କୋଭିଡ କଟକଣା ପାଇଁ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା । ଶ୍ରୀମନ୍ଦିର ଭିତରେ ନାଗାସାଧୁଙ୍କୁ ନିସ୍ତୁକ ପିିଟିଲା ପୋଲିସ । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୁଇସପ୍ତାହ ହେଲା ଜେଲରେ ରଖିଛି ।

ଯଦି ନାଗାସାଧୁ ଦୋଷୀ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ ଦୋଷୀ ନୁହନ୍ତି କି? ପିପିଲି ପ୍ରାର୍ଥିପତ୍ର ଦାଖଲ ବେଳେ ଯାହା ଘଟିଲା ତାହା କୋଭିଡ ନିୟମ ଉଲ୍ଲଙ୍ଘନ ନୁହେଁ କି? ରୋହିଣୀକୁଣ୍ଡ ଦର୍ଶନ ବନାମ ହଜାର ହଜାର ଲୋକଙ୍କୁ ଏକାଠି କରିବା । ଯଦି ନାଗାସାଧୁ ଜେଲରେ ତେବେ ଏମାନେ କାହିଁକି ବାହାରେ ? କେବେ ଜେଲରେ ପଶିବେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାପାଳ? କେବେ ପୋଲିସ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କୁ ବାନ୍ଧିବ? ସାଧୁଙ୍କୁ ବାନ୍ଧୁଛ, ନେତା ଅଫିସରଙ୍କୁ କାହିଁକି ଛାଡ଼ୁଛ? ଓଡ଼ିଶାରେ କ’ଣ ଦୁଇଟି ଆଇନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି