Masthead

ସାଧୁ ଜେଲରେ ନେତା ବାହାରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିରର ରୋହିଣୀକୁଣ୍ଡ । ନାଗାସାଧୁ ଭକ୍ତଙ୍କୁ ରୋହିଣୀକୁଣ୍ଡ ଦର୍ଶନ କରାଇଥିଲେ । କୋଭିଡି ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପୋଲିସ ଭୁଲିଗଲା ମାନବିକତା । ନାଗାସାଧୁଙ୍କୁ ନିସ୍ତୁକ ପିଟିଲା । ପୋଲିସ ଆଇନକୁ ହାତକୁ ନେବାକୁ ଭୁଲିଲା ନାହିଁ । ଗୁରୁତର ସାଧୁଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲା । ଚିକିତ୍ସା କରାଇ ପୁରୀ କୋର୍ଟକୁ ଚାଲାଣ କଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇଦେଲେ ।

ସେଠାରେ ୧୦ଦିନ ରହିବା ପରେ ପୋଲିସର ରିପୋର୍ଟ ଆଧାରରେ ନାଗାସାଧୁଙ୍କୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି । ନାଗାସାଧୁଙ୍କ ଅପରାଧ କ’ଣ? ଶ୍ରୀମନ୍ଦିରରେ ଭକ୍ତଙ୍କୁ କରାଇଥିଲେ ରୋହିଣୀକୁଣ୍ଡ ଦର୍ଶନ । କୋଭିଡ କଟକଣା ପାଇଁ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା । ଶ୍ରୀମନ୍ଦିର ଭିତରେ ନାଗାସାଧୁଙ୍କୁ ନିସ୍ତୁକ ପିିଟିଲା ପୋଲିସ । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୁଇସପ୍ତାହ ହେଲା ଜେଲରେ ରଖିଛି ।

ଯଦି ନାଗାସାଧୁ ଦୋଷୀ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ ଦୋଷୀ ନୁହନ୍ତି କି? ପିପିଲି ପ୍ରାର୍ଥିପତ୍ର ଦାଖଲ ବେଳେ ଯାହା ଘଟିଲା ତାହା କୋଭିଡ ନିୟମ ଉଲ୍ଲଙ୍ଘନ ନୁହେଁ କି? ରୋହିଣୀକୁଣ୍ଡ ଦର୍ଶନ ବନାମ ହଜାର ହଜାର ଲୋକଙ୍କୁ ଏକାଠି କରିବା । ଯଦି ନାଗାସାଧୁ ଜେଲରେ ତେବେ ଏମାନେ କାହିଁକି ବାହାରେ ? କେବେ ଜେଲରେ ପଶିବେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାପାଳ? କେବେ ପୋଲିସ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କୁ ବାନ୍ଧିବ? ସାଧୁଙ୍କୁ ବାନ୍ଧୁଛ, ନେତା ଅଫିସରଙ୍କୁ କାହିଁକି ଛାଡ଼ୁଛ? ଓଡ଼ିଶାରେ କ’ଣ ଦୁଇଟି ଆଇନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ 🔴 ସମ୍ପତ୍ତି ପାଇଁ ପୁଅକୁ ହତ୍ୟା 🔴 ତାରା ବାହିନୀପତିଙ୍କୁ ମାଡ଼! 🔴 ପୂର୍ବତନ ଜିଲ୍ଲା ପରିଷଦଙ୍କୁ ଆକ୍ରମଣ 🔴 ବାବାଙ୍କ ନାଁରେ ସଙ୍ଗୀନ ଅଭିଯୋଗ 🔴 ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ, ଧରାପଡିଲେ ବ୍ୟକ୍ତି 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ 🔴 ସମ୍ପତ୍ତି ପାଇଁ ପୁଅକୁ ହତ୍ୟା 🔴 ତାରା ବାହିନୀପତିଙ୍କୁ ମାଡ଼! 🔴 ପୂର୍ବତନ ଜିଲ୍ଲା ପରିଷଦଙ୍କୁ ଆକ୍ରମଣ 🔴 ବାବାଙ୍କ ନାଁରେ ସଙ୍ଗୀନ ଅଭିଯୋଗ 🔴 ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ, ଧରାପଡିଲେ ବ୍ୟକ୍ତି