Masthead

ଝଡ଼ିଗଲା ଆଉ ଏକ ଝରାଫୁଲ

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଖାଇରା ଥାନା ଅଂଚଳରୁ ନାବାଳିକା କଲେଜ ଛାତ୍ରୀ ନିଖୋଜ । ତିନିଦିନ ପରେ ଢେଙ୍କାନାଳରୁ ଉଦ୍ଧାର ହେଲା ମୃତଦେହ । ଢେଙ୍କାନାଳ ସଦର ଥାନା ଓ ବାଲେଶ୍ୱର ଖାଇରା ଥାନା ପୁଲିସ ନାବାଳିକା କଲେଜ ଛାତ୍ରୀର ସନ୍ଦେହ ଜନକ ଭାବେ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ସଦର ଥାନା ପୁଲିସ ଛାତ୍ରୀର ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରୁ ଜବତ କରିଥିବାବେଳେ ଏହି ନାବଳିକାର ମୃତ୍ୟୁ କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ପ୍ରିୟଙ୍କା ଖଇରା ଥାନା ଅନ୍ତର୍ଗତ ସାରୁଗାଁ ଗ୍ରାମର ଅଭିମନ୍ୟୁ ସାମଲଙ୍କ ଝିଅ ବୋଲି ଜଚ୍ଚାପଡ଼ିଛି ।

ମୃତ ନାବାଳିକା ଜଣଙ୍କ ବାଲେଶ୍ୱର ଜିଲ୍ଲା ଖଇରା କଲେଜର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟବର୍ଷର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସାମଲ ବୋଲି ଜଣାପଡିଛି । ତେବେ ନାବାଳିକା ଛାତ୍ରୀ ଜଣକ ଗତ ୧ତାରିଖ ଗୁରୁବାର ଠାରୁ ସାଇକେଲ ଧରି ହସ୍ପିଟାଲ ଯାଉଛି କହି ଘରୁ ଆସି ଆଉ ଫେରିନଥିଲେ । ଫଳରେ ପରିବାର ପକ୍ଷରୁ ଖାଇରା ଥାନାରେ ଝିଅ ଗାଏବ ସମ୍ପର୍କରେ ଅଭିଯୋଗ କରାଯାଇଥିଲା। ଝିଅର ମୃତ୍ୟୁ ସମ୍ପର୍କରେ ଖଇରା ପୋଲିସ ଠାରୁ ସୂଚନା ପାଇ ବାପା ଅଭିମନ୍ୟୁ ସାମଲ ରବିବାର ସନ୍ଧ୍ୟାରେ ଆସି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି । ମୃତ୍ୟୁର ସଠିକ କାରଣ କଣ ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ । ମାତ୍ର ମୃତ ଛାତ୍ରୀର ମୁଣ୍ଡପଛ ପଟ ସାଙ୍ଗକୁ ନାକରୁ ରକ୍ତଶ୍ରାବ ହେଉଥିବା ଏହା ଏକ ହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି । ତେବେ ଏସମ୍ପର୍କରେ ଢେଙ୍କାନାଳ ସଦର ପୋଲିସ ଓ ଖଇରା ପୁଲିସ କିଛି ପାଟି ଖୋଳୁନାହିଁ ।

ପ୍ରିୟଙ୍କାଙ୍କ ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ଜିତୁ ନାୟକ ନାମକ ଜଣେ ଯୁବକକୁ ଢେଙ୍କାନାଳ ସଦର ଥାନା ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଟକ ଯୁବକ ଘର ସଦର ଥାନା ଅନ୍ତର୍ଗତ ବନ୍ଧ ନୂଆଗାଁ ରେ ବୋଲି ଜଣାପଡିଛି । ଗତ ତିନିଦିନ ହେଲା ପ୍ରିୟଙ୍କା ଏହି ଜିତୁ ନାୟକଙ୍କ ଘରେ ରହିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ପ୍ରିୟଙ୍କାଙ୍କ ସହ ଜିତୁ ନାୟକଙ୍କ ସମ୍ପର୍କ କଣ ଓ ସେ ବାଲେଶ୍ୱରରୁ କିପରି ତାଙ୍କ ଘରକୁ ଆସିଲେ ଓ କାହିଁକି ଆସି ରହିଥିଲେ ? ତାଙ୍କର କିପରି ମୃତ୍ୟୁ ହେଲା ଏପରି ଅନେକ ପ୍ରଶ୍ନ କୁ ନେଇ ନାବାଳିକା ଛାତ୍ରୀର ମୃତ୍ୟୁର ସସପେନ୍ସ ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼