Masthead

ହାଇଦର ହାତରେ ହାତକଡ଼ି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧରାପଡିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର । କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ୧୨୦ଘଣ୍ଟାର ଅପରେସନ ସଫଳ ହୋଇଛି । କଟକ ଡିସିପି ଅଫିସ୍ରେ ପୋଲିସ କମିଶନର ଗଣମାଧ୍ୟମକୁ କହିଛନ୍ତି କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ହାଇଦରକୁ ଗିରଫ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ।

ସମ୍ବଲପୁର ଜେଲରୁ ହାଇଦର ଚିକିତ୍ସା ପାଇଁ କଟକ ଏସସିବିକୁ ଆସିଥିଲା । ସର୍ଜରୀ ୱାର୍ଡରେ ଏକ କ୍ୟାବିନରେ ସେ ଚିକିତ୍ସିତ ହେଉଥିଲା । ୧୦ ତାରିଖରେ ସୁରକ୍ଷା କର୍ମୀଙ୍କୁ ବିରିୟାନିରେ ନିଶା ଦେଇଥିଲା ହାଇଦର । ସୁରକ୍ଷାକର୍ମୀ ଅଚେତ ହୋଇପଡିବା ପରେ ହାଇଦର ଫେରାର ହୋଇଯାଇଥିଲା । ପ୍ରଥମେ ସେ ବାଇକ୍ ଓ ପରେ କାରରେ ପଳାଇଥିଲା ହାଇଦ୍ରାବାଦ । ସେଠାରେ ତା’ପୁଅ କାମ କରୁଥିବାରୁ ସେ ହାଇଦ୍ରାବାଦ କାରରେ ପଳାଇଥିଲା । ମାତ୍ର ସେଠାରେ ସେ ନିଜକୁ ସୁରକ୍ଷିତ ମଣିନଥିଲା । ପଳାଇଆସିଥିଲା ତେଲେଙ୍ଗାନାର ସାଙ୍ଗାରେଡି ଜିଲ୍ଲାର ଜାହିରାବାଦ ।

ଗୁରୁବାର ରାତିରେ ହାଇଦର ଜଣେ ଲୋକର ବାଇକରେ ବୁଲୁଥିବାବେଳେ ପୋଲିସ ଟିମ୍ ହାତରେ ଧରାପଡିଥିଲା ।
ସିପି କହିଛନ୍ତି, ହାଇଦର ଜଣେ ହାର୍ଡକୋର ଅପରାଧୀ । କୋର୍ଟଙ୍କ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହୋଇସାରିଛି । ସମ୍ବଲପୁର ଜେଲରେ ସେ ସଜ୍ଜା କାଟୁଥିଲା । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଦର୍ଶାଇ କଟକ ଚିକିତ୍ସା ପାଇଁ ଆସୁଥିଲା । ତେବେ ସେ ଫେରାର ହେବା ପରେ ତାକୁ ଧରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା । କମିଶନରେଟ୍ ପୋଲିସର ବଛା ବଛା ଅଫିସରମାନଙ୍କୁ ନେଇ ଗଠିତ ହୋଇଥିଲା ଏକାଧିକ ଟିମ୍ । ରାଜ୍ୟ ବାହାରକୁ ବହୁ ଟିମ୍ ପଠାଯାଇଥିଲା । ୧୧ ତାରିଖ ରାତିରେ ଆନ୍ଧ୍ରକୁ ଏକ ଟିମ୍ ଯାଇଥିଲା । ୧୨ ତାରିଖରେ ଆଉ ଏକ ଟିମ୍ ତେଲେଙ୍ଗାରେ ପହଞ୍ଚିଥିଲା।

ହାଇଦରର ପୁଅ ହାଇଦ୍ରାବାଦରେ କାମ କରୁଥିବାରୁ ଡିସିପି ଅଫିସରର ଟେକ୍ନିକାଲ ଟିମ୍ କଡ଼ା ନଜର ରଖିଥିଲା । ଟେକ୍ନିକାଲ ସର୍ଭେଲାନ୍ସ ହିଁ ଫୋରର ହାଇଦର ପାଇଁ କାଳ ହେଲା । ବାଦାମବାଡି ଆଇଆଇସିଙ୍କ ନେତୃତ୍ୱରେ ତେଲେଙ୍ଗାନା ଯାଇଥିବା ଟିମ୍ ପାଖରେ ଖବର ପହଞ୍ଚିଥିଲା ହାଇଦର ସାଙ୍ଗାରେଡି ଜିଲ୍ଳାର ଜାହିରାବାଦରେ ଅଛି । ଟେକ୍ନିକାଲ ସର୍ଭେଲାନ୍ସ ଏହା ସ୍ପଷ୍ଟ କରିବା ପରେ ପୋଲିସ ଟିମ୍ ସେଠାରେ ପହଞ୍ଚିଥିଲା। ସ୍ଥାନୀୟ ଜଣେ ଲୋକଙ୍କ ବାଇକ୍ରେ ହାଇଦର ଯାଉଥିବା ବେଳେ ପୋଲିସ ଟିମ୍ ତାକୁ କାବୁ କରିଥିଲା । ତେଲେଙ୍ଗନା ପୋଲିସର ଦୁଇଟି ଟିମ୍ ଓଡ଼ିଶା ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ସିପି କହିଛନ୍ତି ।

ହାଇଦର ଧରାପଡିବା ପରେ ତାକୁ ବିଳମ୍ବିତ ରାତିରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ପରେ ତାକୁ ହାଇଦ୍ରାବାଦ ଅଣାଯାଇ ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ହାଇଦର ଏବେ ପୋଲିସ କବ୍ଚାରେ । ତା’ର ଫେରାରରେ ସହଯୋଗ କରିଥିବା ଲୋକମାନେ ଏବେ ପୋଲିସର ସ୍କାନରରେ । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚାଲିଛି ଉଦ୍ୟମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ!